ନୂଆପଲ୍ଲୀ ଥାନା ପୁଲିସ ସିଆର୍‌ପି ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ଧରାପଡ଼ିଲା କୁଖ୍ୟାତ ଅପରାଧୀ

ଯାଁଳା : ଫସିଲା ମିଛୁଆ ପ୍ରେମିକ

ଭୁବନେଶ୍ବର : ନୂଆପଲ୍ଲୀ ଥାନା ପୁଲିସ ସିଆର୍‌ପି ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ବାଇକ୍‌ ଜବତ କରିଛି। ସେ‌ ହେଲା, ୟୁନିଟ୍‌-୮ ଜଳେଶ୍ବର ବସ୍ତିର ସୁଶାନ୍ତ କୁମାର ସାହୁ(୩୫)।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ସିଆର୍‌ପି ଛକରେ ନୂଆପଲ୍ଲୀ ପୁଲିସ ପକ୍ଷରୁ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଉଥିଲା। ଏହି ସମୟରେ ବିନା ହେଲ୍‌ମେଟ୍‌ରେ ଆସୁଥିବା ସୁଶାନ୍ତଙ୍କୁ ଅଟକାଇବାରୁ ସେ ପୁଲିସ ସହ ଯୁକ୍ତିତର୍କ କରିଥିଲା। ସନ୍ଦେହ ହେବାରୁ ପୁଲିସ ଗାଡ଼ି ନମ୍ବର ଯାଞ୍ଚ କରିଥିଲା। ନମ୍ବରଟି ନକଲି ଜଣା ପଡ଼ିବାରୁ ପୁଲିସ ତାକୁ ଗିରଫ କରି ଥାନାକୁ ଆଣିଥିଲା।

ପୁଲିସ ସୂଚନା ଅନୁସାରେ, ସୁଶାନ୍ତ ଜଣେ କୁଖ୍ୟାତ ଅପରାଧୀ। ତା’ ନାଁରେ ହତ୍ୟା, ବ୍ରାଉନସୁଗାର କାରବାର ଭଳି ସଂଗିନ୍‌ ମାମଲା ରହିଛି। ଗତ ୨୦୧୫ ମସିହାରେ ମାନସ ନାମକ ଯୁବକଙ୍କୁ ହତ୍ୟା ମାମଲାରେ ସେ ଜେଲ୍‌ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe