ଭୁବନେଶ୍ୱର: ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ବୃଦ୍ଧାଙ୍କୁ ଘରେ ପଶି ୩ ଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତ। ଏନେଇ ବୃଦ୍ଧା ଜଣକ ସହିଦନଗର ଥାନାରେ ଗତ ଶନିବାର ଦିନ ଅଭିଯୋଗ କରିଥିଲେ ବି ପୁଲିସ କଛି ଶୁଣୁନାହିଁ। ପୁଲିସ ଯୁବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ବୃଦ୍ଧାଙ୍କୁ ବାରମ୍ବାର ଥାନାକୁ ଡକାଇ ହଇରାଣ କରୁଛି।
ସୂଚନା ଅନୁସାରେ ଭୋଇ ନଗର ବେହେରା ସାଇରେ ସିଏଚ୍ ସୀତାମା ରୁହନ୍ତି। ଗତ ଶନିବାର ଦିନ ସୀତାମାଙ୍କର ତାଙ୍କ ପଡ଼ୋଶୀଙ୍କ ସହିତ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଏଥିରେ ପଡ଼ୋଶୀ ଜିତୁ ମିଶ୍ର, ବବଲୁ ମିଶ୍ର ଓ ରାଜୁ ମିଶ୍ର ସୀତାମାଙ୍କ ଘରେ ପଶି ତାଙ୍କୁ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୀତାମାଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ଏନେଇ ଗତ ଶନିବାର ସେ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ଗତ ଶନିବାରଠାରୁ ସେ ବାରମ୍ବାର ଥାନାକୁ ଦୌଡ଼ୁଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ ଅଭିଯୋଗ କରିଛନ୍ତି।
ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧା ଲହୁଲୁହାଣ
Advertisment
Follow Us