ମାଲନାକନଗିରି: ମାଲକାନଗିରି ହିନ୍ଦ୍ରିମାଳ ପଞ୍ଚାୟତର ମୁନସା ଗ୍ରାମର ଦାଶରଥୀ ପଡ଼ିଆମୀଙ୍କ ଘରେ ଗତକାଲି ରାତିରେ ଏକ ୧୨ ଫୁଟିଆ କୁମ୍ଭୀର ପଶିଯାଇଥିଲା। ବିଳମ୍ବିତ ରାତିରେ ଖସ୍ଖସ୍ ଶବ୍ଦ ଶୁଣି ଶ୍ରୀ ପଡ଼ିଆମୀ ନିଦରୁ ଉଠି ପଡ଼ିଥିଲେ। ଦେଖିଲା ବେଳକୁ ଏକ ବଡ଼ କୁମ୍ଭୀର ଘର ଭିତରେ ପଶିଛି। ସେ ସଙ୍ଗେ ସଙ୍ଗେ ଅନ୍ୟବାଟରେ ବାହାରକୁ ଯାଇ ଗାଁ ଲୋକଙ୍କୁ ଡାକ ପକାଇବା ସହିତ ନିଜର ଦୁଇ ଝିଅଙ୍କୁ ଘରର ଆଜବେଷ୍ଟସ ଭାଙ୍ଗି ଉଦ୍ଧାର କରିଥିଲେ। ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ କାବୁ କରିବା ସହିତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀମାନେ ଆସି ଗ୍ରାମରେ ପହଞ୍ଚିଛନ୍ତି। ସମ୍ଭବତଃ ନିକଟସ୍ଥ ସତୀଗୁଡ଼ା ଡ୍ୟାମ୍ରୁ କୁମ୍ଭୀରଟି ଗ୍ରାମକୁ ଚାଲି ଆସିଥାଇପାରେ ବୋଲି ବନବିଭାଗ କର୍ମଚାରୀମାନେ କହୁଛନ୍ତି।
ମାଲକାନଗିରି: ରାତି ଅଧରେ ଘରେ ପଶିଲା ୧୨ ଫୁଟର କୁମ୍ଭୀର
Advertisment
Follow Us