ପୁଣେ: ଜେଲରୁ କଏଦୀ ଫେରାର ହୋଇଯାଉଥିବାର ଅନେକ ଖବର ସାମ୍ନାକୁ ଆସିଛି। ଅନେକ ଥର ପୁଲିସ ଚମ୍ପଟ ମାରୁଥିବା ଚୋରକୁ ଧରିବାରେ ସଫଳ ବି ହୋଇଛି। କିନ୍ତୁ କଏଦୀ ଜେଲ ଭିତରୁ କେମିତି ଚମ୍ପଟ ମାରିଥାଏ, ତାହା ଜାଣିବା ନିହାତି ଆବଶ୍ୟକ ହୋଇଥାଏ।
ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଅତି ପତଳା ଥିବାରୁ ପୁଲିସ ଷ୍ଟେସନରୁ ଖସିଯିବାରେ ସଫଳ ହୋଇଥିଲା। ପୁଣେ ନିକଟସ୍ଥ ପିମ୍ପ୍ରି-ଚିଞ୍ଚୱଡର ଚାକନ ପୁଲିସ ଷ୍ଟେସନରେ ଏମିତି ଏକ ଘଟଣା ଘଟିଥିବା ଖବର ମିଳିଛି।
/sambad/media/post_attachments/wp-content/uploads/2022/03/Untitled-1-copy-70.jpg)
ନିକଟସ୍ଥ ପିମ୍ପ୍ରି-ଚିଞ୍ଚୱଡର ଚାକନ ପୁଲିସ ଷ୍ଟେସନରୁ ଜଣେ ଚୋର ଲକ-ଅପରୁ ପଳାଇ ଯାଇଥିଲା। ତେବେ ତାଲା ପଡ଼ିଥିବା ସତ୍ତ୍ବେ ଚୋର କିପରି ଚମ୍ପଟ ମାରିଥିଲା ସେନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୁଲିସ। ସମୟକ୍ରମେ ପୁଲିସ ଚମ୍ପଟ ମାରିଥିବା ଚୋରକୁ ଧରିବାରେ ସଫଳ ହୋଇଥିଲା। ତାକୁ ଗିରଫ କରି ପୁଣି ଥରେ ଥାନାକୁ ଆଣିଥିଲା।
କାବୁ କରିଥିବା ଚୋରକୁ ପୁଲିସ ପ୍ରଶ୍ନ କରିଥିଲା, ଜେଲ ବାହାରେ ତାଲା ପଡ଼ିଥିବା ସତ୍ତ୍ୱେ କିପରି ତା ଭିତରୁ ସେ ଚମ୍ପଟ ମାରିଥିଲା? ପୁଲିସର ଏପ୍ରଶ୍ନ ଶୁଣି ଅଭିଯୁକ୍ତ ପ୍ରଥମେ ଚୁପ ରହିଥିଲା। ପରେ ପୁଲିସ ଭୟରେ ସେ ଲକଅପ ଭିତରୁ କିପରି ଚମ୍ପଟ ମାରିଥିଲା ତାହାର ଡେମୋ ଦେଖାଇଥିଲା।
ଡେମୋ ଦେଖାଇବା ସମୟରେ ଅଭିଯୁକ୍ତ ଜଣକ ଲକଅପ ଭିତରୁ ମାତ୍ର ୫ସେକେଣ୍ଡ ମଧ୍ୟରେ ଅତି ସହଜରେ ବାହାରି ଆସିଥିଲା। ଆଉ ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ପୁଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅଭିଯୁକ୍ତ ଜଣକ ଅତି ପତଳା ଥିବାରୁ ସେ ରେଲିଂ ମଧ୍ୟ ଦେଇ ବାହାରକୁ ବାହାରି ଆସିଥିଲା। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ସ୍ପଷ୍ଟ ଭାବେ ଦେଖି ପାରିବେ ଚୋର କିପରି ଜେଲ ଲକଅପ ଭିତରୁ ସହଜରେ ବାହାରି ଆସୁଛି।
Follow Us