ଗ୍ରାହକ କେନ୍ଦ୍ର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୨ ଲକ୍ଷ ଟଙ୍କା

ରାଜ୍ୟରେ ଲୁଟ୍‌ ଘଟଣା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଖବରକାଗଜ ଖୋଲିଲେ, ଟିଭି ଲଗାଇଲେ ଓ ମୋବାଇଲ୍‌ ଅନ୍‌କଲେ ଚୋରି, ଡକାୟତି, ରାହଜାନୀ ଓ ଲୁଟ୍‌ ଖବର ଦେଖିବାକୁ ମିଳୁଛି। ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଆଜି ଜଣେ ଗ୍ରାହକ ସେବାର କର୍ମଚାରୀଙ୍କୁ ମାରଣାସ୍ତ୍ର‌ ଦେଖାଇ ଲୁଟ୍‌ କରାଯାଇଛି।

d42b202b-a4a1-4aba-b306-9a7a4fceb996

ଭୁବନ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଗ୍ରାହକ ସେବା କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଧିନ ବାଲିବୋସ୍ଥିତ ଗ୍ରାହକ ସେବା କର୍ମଚାରୀ ହିମାଂଶୁ ଶେଖର ପଣ୍ଡା। 

ସୂଚନାରୁ ଜଣାପଡିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କର୍ମଚାରୀ ହିମାଂଶୁ ଶେଖର ପଣ୍ଡା ଆଜି ଭୁବନସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାରୁ ୨ ଲକ୍ଷ ଟଙ୍କା ନେଇ ଯିବା ସମୟରେ, କାନଖାଇ ଗ୍ରାମ ଦେଇ ଯାଇଥିବା ଗ୍ରାମ୍ୟ ସଡ଼କରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଅଟକାଇଥିଲେ। ପରେ ଜଣେ ହିମାଂଶୁଙ୍କ ବେକରେ ଏବଂ ଅନ୍ୟଜଣେ ତାଙ୍କ ହାତରେ ଧାରୁଆ ଅସ୍ତ୍ର ଲଗାଇ ବ୍ୟାଗରେ ନେଇ ଯାଉଥିବା ଟଙ୍କା ଛଡ଼ାଇ ନେଇଥିଲେ।

ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କର୍ମଚାରୀ ହିମାଂଶୁ ଶେଖର ପଣ୍ଡା ଆଜି ଭୁବନସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାରୁ ୨ ଲକ୍ଷ ଟଙ୍କା ନେଇ ଯିବା ସମୟରେ, କାନଖାଇ ଗ୍ରାମ ଦେଇ ଯାଇଥିବା ଗ୍ରାମ୍ୟ ସଡ଼କରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଅଟକାଇଥିଲେ। ପରେ ଜଣେ ହିମାଂଶୁଙ୍କ ବେକରେ ଏବଂ ଅନ୍ୟଜଣେ ତାଙ୍କ ହାତରେ ଧାରୁଆ ଅସ୍ତ୍ର ଲଗାଇ ବ୍ୟାଗରେ ନେଇ ଯାଉଥିବା ଟଙ୍କା ଛଡ଼ାଇ ନେଇଥିଲେ।

ଦୁର୍ବୃତ୍ତମାନେ ସେଠାରୁ ଚାଲିଯିବା ପରେ ପୁଲିସକୁ ଏନେଇ ହିମାଂଶୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ତେବେ ଭୁବନ ଅଞ୍ଚଳରେ ବଢ଼ିଚାଲିଥିବା ଚୋରି ଡକାୟତି ପାଇଁ ଭୁବନ ପୁଲିସର ନିଷ୍କ୍ରିୟତା କେଉଁଠି ନା କେଉଁଠି ମୁଖ୍ୟ କାରଣ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe