ଭୁବନେଶ୍ୱର: ସ୍ଥାନୀୟ ବରମୁଣ୍ଡା ନିକଟ ଏକ ନାଳରୁ ମଙ୍ଗଳବାର ଏକ କଟା ଗୋଡ଼ ମିଳିଛି। ନାଳରେ କଟା ଗୋଡ଼ ଭାସୁଥିବା ଦେଖି କିଛି ଲୋକ ଖଣ୍ଡଗିରି ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଂଚି କଟା ଗୋଡ଼ ଉଦ୍ଧାର କରିବା ସହିତ ଘଟଣାର ତତନ୍ତ କରୁଛି। ତେବେ କୌଣସି ଜଣେ ବ୍ୟକ୍ତିକୁ ହତ୍ୟା କରି ଅଥବା ଶରୀରରୁ ଗୋଡ଼କୁ ଅଲଗା କରି ଦୁର୍ବୃତ୍ତମାନେ କଟା ଗୋଡ଼କୁ ନାଳରେ ଫିଙ୍ଗି ଦେଇଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ବରମୁଣ୍ଡା ନିକଟ ନାଳରୁ କଟା ଗୋଡ଼ ଉଦ୍ଧାର କଲା ପୁଲିସ
Advertisment
Follow Us