ଅର୍ନ୍ତଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ସଦସ୍ୟ ଗିରଫ, ୩ ଦେଶର ମୁଦ୍ରା ଜବତ

Advertisment

ସାଇବର ଠକଙ୍କ ଜାଲରେ ପୁଣି ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ କର୍ମଚାରୀ ଫଶି ଯାଇଛନ୍ତି। ଠକମାନେ ସେବି ଦ୍ବାରା ପଞ୍ଜିକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍‌ ନାମକ ଏକ ଫେକ୍‌ ଟ୍ରେଡିଂ ଆପ୍‌ ମାଧ୍ୟମରେ ସରକାରୀ କର୍ମଚାରୀଙ୍କଠାରୁ ଠକି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା

ସାଇବର ଠକଙ୍କ ଜାଲରେ ପୁଣି ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ କର୍ମଚାରୀ ଫଶି ଯାଇଛନ୍ତି। ଠକମାନେ ସେବି ଦ୍ବାରା ପଞ୍ଜିକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍‌ ନାମକ ଏକ ଫେକ୍‌ ଟ୍ରେଡିଂ ଆପ୍‌ ମାଧ୍ୟମରେ ସରକାରୀ କର୍ମଚାରୀଙ୍କଠାରୁ ଠକି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା

cyber attack

cyber attack Photograph: (Sambad )

ରାଉରକେଲା: ସାଇବର ଠକଙ୍କ ଜାଲରେ ପୁଣି ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ କର୍ମଚାରୀ ଫଶି ଯାଇଛନ୍ତି। ଠକମାନେ ସେବି ଦ୍ବାରା ପଞ୍ଜିକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍‌ ନାମକ ଏକ ଫେକ୍‌ ଟ୍ରେଡିଂ ଆପ୍‌ ମାଧ୍ୟମରେ ସରକାରୀ କର୍ମଚାରୀଙ୍କଠାରୁ ଠକି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା। ବିଭିନ୍ନ ଆଳ ଦେଖାଇ ୬୮ ଲକ୍ଷ ଟଙ୍କା ଠକେଇ ହୋଇଛି। ଏନେଇ କର୍ମଚାରୀ ଜଣକ ୨୦୨୩ ଡିସେମ୍ବର ୩୦ ତାରିଖରେ ରାଉରକେଲା ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। 

ଉକ୍ତ ଘଟଣାର ତଦନ୍ତ କଲାବେଳେ ରାଉରକେଲା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ରାକେଟ୍ ବିଷୟରେ ଜାଣିବାକୁ ପାଇଥିଲା। ଏହି ରାକେଟ୍ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ସକ୍ରିୟ ରହିଛି। ଏହି ସାଇବର ଠକ ଗ୍ୟାଙ୍ଗ କମ୍ବୋଡିଆରେ ଶହଶହ ଭାରତୀୟ ଯୁବକଙ୍କୁ ନେଇ ରାକେଟ୍‌ ଚଳାଇଛି। ଚଳିତବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ଏହି ଅର୍ନ୍ତଜାତୀୟ ରାକେଟ୍‌ର ମୋଟ ୧୪ ଜଣ ଭାରତର ବିଭିନ୍ନ ସ୍ଥାନରେ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ଷ୍ଟକ୍‌ ମାର୍କେଟ୍‌, ଡେଟିଂଆପ୍‌, ଡିଜିଟାଲ କରେନ୍ସିରେ ନିବେଶ କରିବା ନାଁରେ ଠକେଇ ଆରମ୍ଭ କରିଥିବା ବେଳେ ଏବେ ମଣିଷ ଚାଲାଣ କରିବାକୁ ମଧ୍ୟ ପଛାଉନାହାନ୍ତି। ଏହି ମାନବ ଚାଲାଣରେ ୧୦୦୦ରୁ ଅଧିକ ଭାରତୀୟ ଯୁବକ ଫଶିଛନ୍ତି, ଯେଉଁମାନେ ଠକଙ୍କ ଜାଲରେ ପଡ଼ି ଦେଶର ବିଭିନ୍ନ ରାଜ୍ୟରେ ସାଇବର ରାକେଟ୍‌ ଚଳାଇଛନ୍ତି। ଦେଶର ଅନେକ ଶିକ୍ଷିତ ଯୁବକ, ଯୁବତୀ ଯେଉଁମାନେ ଚାକିରି ପାଇଁ ଡିଜିଟାଲ ଦୁନିଆର ସାହାରା ନେଉଛନ୍ତି ସେମାନଙ୍କୁ ହିଁ ଜାଲରେ ପକାଇ ବଡ଼ବଡ଼ କମ୍ପାନି​ରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ କୋଟିକୋଟି ଟଙ୍କା ଲୁଟୁଛନ୍ତି ଏହି ଅନ୍ତର୍ଜାତୀୟ ସାଇବର୍‌ ଲୁଟେରା।

ଏହି ଠକମାନଙ୍କ ନାଁରେ ଦେଶର ବିଭିନ୍ନ ରାଜ୍ୟ ଯଥା ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଅରୁଣାଞ୍ଚଳପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ୫୦୦ରୁ ଅଧିକ ଅଭିଯୋଗ ରହିଛି। ଏହି ଘଟଣାର ଏକ ମୁଖ୍ୟ ଅଭିଯୁକ୍ତକୁ ରାଉରକେଲା ପୁଲିସ ଉତ୍ତରପ୍ରଦେଶରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଓ ୟୁପି ପୁଲିସ ସହାୟତାରେ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ପରିଚୟ ପୁଲିସ ପ୍ରଘଟ କରିନାହିଁ। ସେ କମ୍ବୋଡିଆ ସହ ଭାରତର ଅନେକ ସଂସ୍ଥାରେ କର୍ମଚାରୀ ଭାବେ କାମ କରି ଶହଶହ ଲୋକଙ୍କୁ ଠକିଛି। ତାକୁ ପୁଲିସ ରିମାଣ୍ଡରେ ଆଣି ଏହି ରାକେଟ୍‌ର ତଦନ୍ତ ଜାରି ରଖିଛି।

ଏନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଭାରତୀୟ କ୍ରାଇମବ୍ରାଞ୍ଚ ସମନ୍ବୟ କେନ୍ଦ୍ର ମଧ୍ୟ ରାଉରକେଲା ପୁଲିସକୁ ସମସ୍ତ ସହଯୋଗ କରୁଥିବା ଏସ୍‌ପି ଶ୍ରୀ ୱାଧୱାନୀ କହିଛନ୍ତି। ଗିରଫ ଅଭିଯୁକ୍ତଠାରୁ ୧୦ଟି ମୋବାଇଲ୍‌ ଫୋନ୍‌, ୮ଟି ପେନ୍‌ ଡ୍ରାଇଭ୍‌, ୧୪ଟି କ୍ରେଡିଟ୍‌ ଓ ଡେବିଟ୍ କାର୍ଡ, ଭାରତ ସହ ନେପାଳ, ଆମେରିକା ଓ କମ୍ବୋଡିଆର ମୁଦ୍ରା, ୧୪ଟି ବ୍ୟାଙ୍କ ପାସ୍‌ବୁକ୍‌ ଓ ଚେକ୍‌ବୁକ୍‌, ପାସପୋର୍ଟ, ଆଧାର କାର୍ଡ, ଡ୍ରାଇଭିଂ ଲାଇସନ୍ସ, ଏକ ପ୍ରିଣ୍ଟିଂ ମେସିନ୍‌, ଏକ ୱାଇଫାଇ ରାଉଟର ଓ ୮ଟି ସିମ୍‌ କାର୍ଡ ଜବତ କରିଛି। ଏହି ଘଟଣାର ତଦନ୍ତରେ ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ, ଇନ୍ସପେକ୍ଟର ପଦ୍ମାବତୀ ମିର୍ଧା, ସାଇବର ସେଲ୍‌ର ଏସ୍‌ଆଇ ସମ୍ପଦ ମହାନ୍ତି ଏବଂ ଏସ୍‌ଆଇ ବିକାଶ କଲିତ୍‌ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe