ରାଜଧାନୀରେ ପୁଣି ଠାବ ହେଲା ସାଇବର୍‌ ଜୁଆ ଆଡ଼ା

୧୧ ଜଣ ଜୁଆଡ଼ି, ୨୨ ବାଇକ୍‌, ୨୫ ମୋବାଇଲ୍‌ ଫୋନ୍‌, ୩୫ ହଜାର ଟଙ୍କା ଜବତ

ରାଜଧାନୀରେ ପୁଣି ଠାବ ହେଲା ସାଇବର୍‌ ଜୁଆ ଆଡ଼ା

ଭୁବନେଶ୍ୱର : ଦୁଇ ମାସ ପରେ ରାଜଧାନୀରେ ପୁଣି ଏକ ସାଇବର ଜୁଆ ଆଡ୍ଡାକୁ ଠାବ କରିଛି କମିସନରେଟ୍‌ ପୁଲିସ। ଇଣ୍ଟରନେଟ୍‌ ମାଧ୍ୟମରେ ଏହି ଜୁଆ ଖେଳ ହେଉଥିଲା। ଲାପଟପ୍‌, ଡିସପ୍ଲେ ବୋର୍ଡ ଓ ଡାଟାକାର୍ଡ ବ୍ୟବହାର କରି ଏହି ହାଇଫାଇ ଜୁଆ ଆଡ୍ଡାରେ ଖେଳ ଚାଲିଥିଲା। କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ଏହି ଆଡ୍ଡାରେ ଚଢ଼ଉ କରି ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ, ୨୨ଟି ବାଇକ୍‌, ୨୫ଟି ମୋବାଇଲ୍‌ ଫୋନ୍‌, ୩୫ ହଜାର ଟଙ୍କା, ଗୋଟିଏ କମ୍ପ୍ୟୁଟର, କାଲକୁଲେଟର୍‌ ଆଦି ଜବତ କରିଛି।

publive-imageସଂଧ୍ୟାରେ ଆଡ୍ଡାରେ ଆସର ଜମି ଆସୁଥିଲା। ଏହି ସମୟରେ କ୍ୟୁଏଟି ମୁଖ୍ୟ ଏସ୍‌ଆଇ ଦୀପକ ଲେଙ୍କା ଓ ତାଙ୍କ ଟିମ୍‌ ଅତର୍କିତ ଭାବେ ସେଠାରେ ଚଢ଼ଉ କରିଥିଲେ। ପୁଲିସ ଚଢ଼ଉ ଦେଖି ଯିଏ ଜୁଆଡେ ପାରିଲେ ଡେଇଁ ପଳାଇଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ କାବୁ କରିଛି। ସେମାନେ ହେଲେ ଏୟାରଫିଲ୍‌ଡ ଥାନା ଅଧୀନ କାରଗିଲ ବସ୍ତିର ସନାତନ ସାହୁ, ବାଲିଅନ୍ତା ଥାନା ଅଞ୍ଚଳର ଅନାମ ସାହୁ, ଚନ୍ଦନ ସାହୁ, ଖୋର୍ଧା ଟାଉନ୍‌ର ମନମୋହନ ମହାରଣା, ଏୟାରଫିଲ୍‌ଡ ସୁନ୍ଦରପଦା ବିକ୍ରମପୁରର ଭଗବାନ ପାତ୍ର, ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ପାଟଣା ତାରିଣୀ ବସ୍ତିର ପୂର୍ଣ୍ଣ ବେହେରା, ଯାଜପୁର ବରୀ ଅଞ୍ଚଳର ରବୀନ୍ଦ୍ର ଜେନା, ଓଡ଼ଗାଁ ନୟାଗଡ଼ର ସଂଜୟ କୁମାର ସାହୁ, ଖୋର୍ଧା ଟାଙ୍ଗୀର ରବୀନ୍ଦ୍ର କୁମାର ଦାସ, ପୁରୁଣା ଭୁବନେଶ୍ୱର ସାରଦା ମଠ ଅଞ୍ଚଳର କୁନା ଦାସ, ଜଗତସିଂହପୁର ଟାଉନ୍‌ର ଗୋପାଳ ଚରଣ ଦାସ ପ୍ରମୁଖ।

ବିଶେଷକରି କୁମାର ପୂର୍ଣିମାଠାରୁ ଦୀପାବଳି ପର୍ଯନ୍ତ ଜୁଆ ଖେଳର ଆସର ଜମିଥାଏ। କିନ୍ତୁ ଏବେ ସବୁ ସମୟରେ ଏଭଳି ଖେଳ ଚାଲୁଛି।

ରାଜଧାନୀର ଏକାଧିକ ବସ୍ତି ଓ ଆର୍ପାଟମେଣ୍ଟଗୁଡ଼ିକରେ ଏବେ ଜୁଆ ଖେଳ ହେଉଛି। ଏପରିିକି କେତେକ ଜୁଆଡ଼ି ଛୋଟ ଛୋଟ ହୋଟେଲ ଓ ଲଜ୍‌ ରୁମ୍‌ ଭଡ଼ାରେ ନେଇ ତାସପାଲିରେ ଜୁଆ ମଧ୍ୟ ଖେଳୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପରିକି ରାତି ମଧ୍ୟ ପାହି ଯାଉଛି କିନ୍ତୁ ଜୁଆ ଖେଳ ସରୁନାହିଁ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଓ ରେଳ ଷ୍ଟେସନ୍‌ ପାଖଆଖ ଅଞ୍ଚଳରେ ମଧ୍ୟ ଜୁଆ ଖେଳ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe