ଚା’ଦୋକାନରେ କାମ କରୁଥିବା ମଦନରୁ ବାବା ବନିଥିବା ଦାତି ମହାରାଜ ଦୁଷ୍କର୍ମ ଅଭିଯୋଗ ପରେ ଫେରାର୍

ଚା’ଦୋକାନରେ କାମ କରୁଥିବା ମଦନରୁ ବାବା ବନିଥିବା ଦାତି ମହାରାଜ ଦୁଷ୍କର୍ମ ଅଭିଯୋଗ ପରେ ଫେରାର୍

ନୂଆଦିଲ୍ଲୀ: ଦିଲ୍ଲୀର ଶନି ସାଧକ ବୋଲାଉଥିବା ଦାତି ମହାରାଜଙ୍କ ବିରୋଧରେ ତାଙ୍କ ଜଣେ ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଏହି ମାମଲା ଏବେ  ସିବିଆଇ ହାତକୁ ଯାଇଛି। ଏବେ ଦାତି ମହାରାଜ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୭୬, ୩୭୭, ୩୫୪ ଓ ୩୪ରେ ମାମଲା ରୁଜୁ ହୋଇଛି।

ଦାତି ମହାରାଜ ଫତେପୁର ବେରିରେ ଶନି ଧାମ ଅନୁଷ୍ଠାନର ପରିଚାଳନା କରୁଥିଲେ ଏବଂ ସେ ଟିଭି ଚ୍ୟାନେଲ୍‌ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍‌ ଲୋକପ୍ରିୟ ଥିଲେ। ତେବେ ୬୮ବର୍ଷିଅ ଦାତି ମହାରାଜ କେମିତି ଏଭଳି ପ୍ରଭାବଶାଳୀ ବାବା ବନି ଆସନ୍ତୁ ଜାଣିବା ...।

publive-image

ରାଜସ୍ଥାନର ପାଲି ଜିଲ୍ଲାରେ ଆଲବାସ ଗ୍ରାମରେ ୧୯୫୦ରେ ଦାତିଙ୍କ ଜନ୍ମ ହୋଇଥିଲା। ଦାତିଙ୍କ ନାମ ତାଙ୍କ ପିତା-ମାତା ମଦନ ରଖିଥିଲେ। ମଦନଙ୍କ ପିତା ଢ଼ୋଲ ବଜାର ପରିବାର ପୋଷି ଥାଆନ୍ତି। ମଦନକୁ ସାତବର୍ଷ ହୋଇଥିବା ବେଳେ ତାର ପିତା-ମାତା ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ମଦନ ଜଣେ ବ୍ୟକ୍ତି ସହ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀ ଆସି ସେ ଦିନ ମଜୁରିଆ ଭାବେ କାମ କରିକରି ଏକ ଚା’ ଦୋକାନରେ ରହିଥିଲେ। ପରେପରେ କ୍ୟାଟରିଙ୍ଗ କାମ ଶିଖିଲେ ଓ ଛୋଟ ପାର୍ଟିରେ କ୍ୟାଟରିଙ୍ଗ କାମ କଲେ। ମଦନ ଜୀବନରେ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ୧୯୯୬ ମସିହାରେ ତାଙ୍କର ଜଣେ ଜ୍ୟୋତିଷଙ୍କ ସହିତ ଭେଟ ହୋଇଥିଲା। ତାଙ୍କଠାରୁ ସେ ଜନ୍ମଜାତକ ଦେଖିବା ଶିଖି ନେଇଥିଲେ। ଏହାପରେ ସେ ସବୁ କାମ ବନ୍ଦ କରି କୌଳାଶ କୋଲନୀରେ ଜ୍ୟୋତିଷ କେନ୍ଦ୍ର ଖୋଲିଥିଲେ। ଏଠାରେ ସେ ନିଜ ନାମ ମଦନରୁ ଦାତି ମହାରାଜ ରଖିଥିଲେ।

publive-image

୧୯୯୮ ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଜଣେ ପ୍ରାର୍ଥୀଙ୍କୁ ଜାତକ ଦେଖି ଜିତିବାର ଭବିଷ୍ୟବାଣୀ କରିଥିଲେ ଓ ସେ ଜିତି ଯାଇଥିଲେ। ଏହି ପ୍ରାର୍ଥୀ ଖୁସି ହୋଇ ପୁସତ୍ୟାନି ମନ୍ଦିରରେ ଦେଖାଶୁଣା କାମ ଦାତି ମହାରାଜଙ୍କୁ ଦେଇଥିଲେ। ଏହାପରେ ତାଙ୍କର ଲୋକପ୍ରିୟତା ବଢ଼ିବାକୁ ଲାଗିଲା। ୨୦୧୦ରେ ତାଙ୍କୁ ୧୦୦୮ ମହାମଣ୍ଡଳେଶ୍ୱରର ଉପାଧି ମିଳିଥିଲା। ଏହି ଉପାଧି ପରେ ସେ ଟିଭି ଚ୍ୟାନେଲରେ କାମ ପ୍ରବଚନ  ଦେବା ଅାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe