ପ୍ରଥମଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରି ନପାରିବାରୁ ହତ୍ୟା କଲେ ପ୍ରଧାନଶିକ୍ଷକ

ପ୍ରଥମଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ସହିତ ସ୍କୁଲର ପ୍ରଧାନଶିକ୍ଷକ ଦୁଷ୍କର୍ମ  ଉଦ୍ୟମ କରିଥିଲେ। ଏହି ଉଦ୍ୟମ ତାଙ୍କର ସଫଳ ନହେବାରୁ ସେ ଶିଶୁକୁ ହତ୍ୟା କରି ସ୍କୁଲ ପଛପଟକୁ ଫିଙ୍ଗି ଦେଇଥିଲେ।

yyu

ନୂଆଦିଲ୍ଲୀ: ଦୁଇଦିନ ପୂର୍ବେ ଗୁଜୁରାଟର ଦାହୋଡ଼ରେ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇ ଛାତ୍ରୀଜଣକ ପ୍ରଥମ ଶ୍ରେଣୀରେ ପାଠପଢ଼ୁଥିଲେ।

ସୂଚନା ମୁତାବକ, ପ୍ରଥମଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ସହିତ ସ୍କୁଲର ପ୍ରଧାନଶିକ୍ଷକ ଦୁଷ୍କର୍ମ  ଉଦ୍ୟମ କରିଥିଲେ। ଏହି ଉଦ୍ୟମ ତାଙ୍କର ସଫଳ ନହେବାରୁ ସେ ଶିଶୁକୁ ହତ୍ୟା କରି ଦେଇଥିଲେ। ହତ୍ୟାପରେ ଶିଶୁର ମୃତଦେହ କ’ଣ କରିବେ କିଛି ବୁଝି ନପାରି ସେ ତାଙ୍କ କାରରେ ହିଁ ରଖିଥିଲେ। ସୁଯୋଗ ଦେଖି ପ୍ରଧାନଶିକ୍ଷକ ଶିଶୁର ମୃତଦେହକୁ ସ୍କୁଲ ପାଚେରୀ ଆରପାର୍ଶ୍ବକୁ ଫିଙ୍ଗି ଦେଇଥିଲେ।

ପ୍ରତିଦିନ ପରି ଶନିବାର ବି ଶିଶୁଜଣକ ସ୍କୁଲ ଯାଇଥିଲା। ସ୍କୁଲ ଛୁଟି ସମୟ ବିତି ଯାଇଥିଲେ ସେ ଘରେ ନପହଞ୍ଚିବାରୁ ପରିବାର ସଦସ୍ୟ ତାକୁ ଖୋଜିବା ପାଇଁ ସ୍କୁଲ ଯାଇଥିଲେ। ସ୍କୁଲରେ ପହଞ୍ଚିବା ପରେ ସେମାନେ ତାଲା ପଡ଼ିଥିବାର ଦେଖିବାକୁ ପାଇଥିଲେ। ଝିଅକୁ ଖୋଜୁଥିବା ବେଳେ ସେମାନେ ସ୍କୁଲ ପଛରେ ଅଚେତ ଅବସ୍ଥାରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ।  ଯାହାକୁ ଦେଖି ପରିବାର ସହସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ଝିଅକୁ ଉଦ୍ଧାର କରି  ଡାକ୍ତରଖାନା ନେଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ।

ମୃତ ଝିଅର ପରିବାରଲୋକ ପୁଲିସରେ ଖବର ଦେଇଥିଲେ। ପୁଲିସ ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପ୍ରଧାନଶିକ୍ଷକ ଗୋବିନ୍ଦ ନଟଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରଥମେ ପ୍ରଧାନଶିକ୍ଷକ ଭୁଆଁ ବୁଲାଉଥିବା ବେଳେ ଶେଷରେ ନିଜ ଦୋଷ ପୁଲିସ ସମ୍ମୁଖରେ ଶିକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe