ଅପହରଣ ପରେ ଦଳିତ ନାବାଳିକାଙ୍କ ମୁଣ୍ଡକାଟ

Advertisment
ଅପହରଣ ପରେ ଦଳିତ ନାବାଳିକାଙ୍କ ମୁଣ୍ଡକାଟ

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ନାବାଳିକାଙ୍କ ବୟସ ୧୨ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ନାବାଳିକାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତ ଶରୀରକୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ପୁଲିସ ଆଶଙ୍କା କରୁଛି। ଗତ ବୁଧବାର ନାବାଳିକା ଜଣକ ଷଷ୍ଠ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବାକୁ ଯାଇଥିଲେ। ତେବେ ଝିଅ ଘରକୁ ନ‌ଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। କିନ୍ତୁ ଝିଅକୁ ନପାଇବାରୁ ସେମାନେ ବାନ୍ଦା ପୁଲିସରେ ନିଖୋଜ ଅଭିଯୋଗ ଦାଏର କରିଥିଲେ। ଗ୍ରାମର ଜଣଙ୍କ ସହ ତାଙ୍କର ସମ୍ପତ୍ତି ବିବାଦ ଥିଲା ଏବଂ ଏହି କାରଣ ପାଇଁ ଝିଅକୁ ହତ୍ୟା କରାଯାଇଥିବା ସେମାନେ ସନ୍ଦେହ କରୁଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe