ଉଚ୍ଚ ଜାତି ଲୋକର ବାଇକ୍‌ ଛୁଇଁବାରୁ ଦଳିତ ଯୁବକଙ୍କୁ ଗୋଷ୍ଠୀ ଆକ୍ରମଣ ଅଭିଯୋଗ

Advertisment
ଉଚ୍ଚ ଜାତି ଲୋକର ବାଇକ୍‌ ଛୁଇଁବାରୁ ଦଳିତ ଯୁବକଙ୍କୁ ଗୋଷ୍ଠୀ ଆକ୍ରମଣ ଅଭିଯୋଗ

www.timesnownews.com

ବିଜୟପୁୁରା: ଯେତେ ଜାତିଭେଦ ବିରୋଧୀ ସ୍ଲୋଗାନ୍‌ ଦେଲେ ବି କେଉଁଠି ନା କେଉଁଠି ଲୋକଙ୍କ ଭିତରେ ଏହି ହୀନ ମାନନସିକତା ଟିକକ ଆଜି ବି ରହିଯାଇଛି। ଜଣେ ଉଚ୍ଚ ଜାତି ପୁଅର ବାଇକ୍‌କୁ ଜଣେ ଦଳିତ ଛୁଇଁଦେବା ପରେ ଦଳେ ଲୋକ ମିଶି ଦଳିତଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆର ଭାଇରାଲ୍‌ ହେବା‌ରେ ଲାଗିଛି। କିଛି ସ୍ଥାନୀୟ ‌ଲୋକ ଭିଡିଓଟିକୁ ସୋସିଅ‌ାଲ୍‌ ମିଡିଆରେ ପ‌ୋଷ୍ଟ କରି ଦେବା ପରେ ଏହା ଆକାଉଣ୍ଟ୍‌ରୁ ଆକାଉଣ୍ଟ୍‌କୁ ବୁଲି ଚାଲିଛି। ଘଟଣାଟି ହେଉଛି କର୍ଣ୍ଣାଟକର ବିଜୟପୁରାର।

ପୀଡ଼ିତ ଜଣକ ପୁଲିସ୍‌ରେ ଅଭିଯୋଗ କରି କହିଛନ୍ତି ଯେ ସେ ଉଚ୍ଚ ଜାତି ପିଲାର ବାଇକ୍‌ ଛୁଇଁ ଦେବାରୁ ଦଳେ ଲୋକ ତାଙ୍କୁ ମାଡ଼ ମାରିଥିଲେ। ମାତ୍ର ତାଙ୍କ ବିରୋଧରେ ସ୍ଥାନୀୟ ଲୋକେ ଭିନ୍ନ ଅଭିଯୋଗ ଆଣିଛନ୍ତି।

publive-image Gujarat Exclusive

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଲୁଗା ସଫା କରୁଥିବା ଗାଁର ଦୁଇ ଝିଅଙ୍କୁ ଯୁବକ ଜଣକ ଅଶାଳୀନ ଆଚରଣ ଦେଖାଇଥିଲେ। ସେ ନିଜ ଶରୀରରୁ ପୋଷାକ କାଢ଼ି ଉଲଗ୍ନ ହୋଇ ଦୁଇ ଜଣ ଝିଅଙ୍କ ସହ ଅଭଦ୍ରାମୀ କରୁଥିବା କାରଣରୁ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମ‌ାରିଥିଲେ।

ବରିଷ୍ଠ ପୁଲିସ୍‌ ଅଧିକାରୀ ଅନୁପମ ଅଗ୍ରୱାଲ୍‌ଙ୍କ କହିବା ଅନୁସାରେ ଯୁବକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ  ୧୩ ଜଣ ଲୋକ ମିଶି ନର୍ଯାତନା ଦିଆଯାଇଥିବା କଥା ଯୁବକ ଜଣକ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ମାତ୍ର ଏକ ଦତନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣା ଭିନ୍ନ  ବୋଲି ଜାଣିବାକୁ ମିଳିଥିଲା। ପୀଡ଼ିତ ଯୁବକ ଜଣକ  ଦୁଇ ଜଣ ଝିଅଙ୍କୁ ନିଜ ପୋଷାକ ଖୋଲି ତାଙ୍କ ବ୍ୟକ୍ତିଗତ ଅଙ୍ଗ ପ୍ରଦର୍ଶନ କରୁଥିବା କାରଣରୁ ତାଙ୍କୁ ମାଡ଼ ମରା ଯାଇଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe