ଦଳିତମାନଙ୍କର ଗର୍‌ବା ଦେଖିବା ଅଧିକାର ନାହିଁ! ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଉଚ୍ଚ ଜାତିର ଲୋକେ

ଦଳିତମାନଙ୍କର ଗର୍‌ବା ଦେଖିବା ଅଧିକାର ନାହିଁ! ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଉଚ୍ଚ ଜାତିର ଲୋକେ

Photo Courtesy of India Today

ଅହମଦାବାଦ: ରବିବାର ଦିନ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଅନୁଷ୍ଠିତ ଗର୍‌ବା କାର୍ଯ୍ୟକ୍ରମ ଦେଖୁଥିବା ଜଣେ ୨୧ ବର୍ଷିୟ ଦଳିତ ଯୁବକଙ୍କୁ ଉଚ୍ଚ ଜାତି ପଟେଲ୍‌ ସମ୍ପ୍ରଦାୟ ଦଳେ ଲୋକ ପିଟି ପିଟି ହତ୍ୟା କରାଯାଇଥିବା ପୁଲିସ କହିଛି।

ଜୟେଶ୍‌ ସୋଲାଙ୍କି, ତାଙ୍କ ସମ୍ପର୍କୀୟ ଭାଇ ପ୍ରକାଶ ସୋଲାଙ୍କି ଏବଂ ଅନ୍ୟ ଦୁଇ ଜଣ ଦଳିତ ବ୍ୟକ୍ତି ଭୋର୍‌ ଚାରିଟାବେଳେ ଭଦ୍ରାନିଆ ଗାଁ’ର ଏକ ମନ୍ଦିର ନିକଟରେ  ଗର୍‌ବା ଉତ୍ସବ ଚାଲିଥିବା ଏକ ଘର ପାଖରେ ବସିଥିବାବେଳେ ଜଣେ ଲୋକ ସେମାନଙ୍କ ଜାତି ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଏତଲାରେ ଲେଖାଯାଇଛି।

ଅଭିଯୁକ୍ତ କହନ୍ତି: ଦଳିତମାନଙ୍କର ଗର୍‌ବା ଦେଖିବା ପାଇଁ କୌଣସି ଅଧିକାର ନାହିଁ ବୋଲି କହିବା ସହ ଜାତିକୁ ନେଇ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ଏହାପରେ ସେଠାରେ ଏକତ୍ରିତ କିଛି ଉଚ୍ଚ ଜାତିର ଲୋକେ ଦଳିତମାନଙ୍କୁ ପିଟାପିଟି କରିବା ସହ ଜୟେଶଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ତାଙ୍କୁ କରମ୍‌ସାଦ୍‌ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
ଏ ନେଇ ଥାନାରେ ଅଭିଯୋଗ ଦାୟର ହୋଇଥିବା କଥା କହନ୍ତି ଜନୈକ ପୁଲିସ୍ଅଧିକାରୀ ।

ବରିଷ୍ଠ ପୁଲିସ ଅଧିକାରୀ ଏଏମ୍‌ ପଟେଲ୍‌ କହନ୍ତି: ଏହା ପୂର୍ବକଳ୍ପିତ ଆକ୍ରମଣ ପରି ମନେ ହେଉନାହିଁ। ଅଭିଯୁକ୍ତ ଏବଂ ଜୟେଶଙ୍କ ମଧ୍ୟରେ ଶତ୍ରୁତା ନ ଥିଲା। ସେ ଘଟଣାଚକ୍ରରେ କଳିତକରାଳ ଘଟି ନିହତ ହୋଇଛନ୍ତି। ଆମେ ସବୁ ଦିଗରୁ ଘଟଣାର ତଦନ୍ତ କରୁଛୁ। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

ଏ ବାବଦରେ ପୁଲିସ ଆଠଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe