ଦୁର୍ଦାନ୍ତ ଡମ୍ବରୁ ଗିରଫ

Advertisment
ସ୍ତ୍ରୀର ଆତ୍ମହତ୍ୟା, ସ୍ୱାମୀ ଗିରଫ

ଖଣ୍ଡଗିରି: ୩ ବର୍ଷ ହେଲା ପୁଲିସକୁ ଚକ୍‌ମା ଦେଇ ଖସି ଯାଉଥିବା ସିଜୁଆ ଗାଁର ଦୁର୍ଦାନ୍ତ ଡମ୍ବରୁ ଜୟସିଂହ(୨୩)କୁ ଶେଷରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଡମ୍ବରୁ ନାଁରେ ମୋଟ୍‌ ୬ଟି ମାମଲା ରହିଛି। ୨୦୧୫ରେ ୨ଟି ଓ ୨୦୧୬ରେ ୬ଟି ଘଟଣାରେ ତା ନାଁରେ ଅଭିଯୋଗ ରହିଛି। ଦାଦାବଟି ପାଇଁ ମାର୍‌ପିଟ୍‌ କରିବା ଭଳି ଅଭିଯୋଗରେ ସେ ଅଭିଯୁକ୍ତ। ୬ଟି ମାମଲାରେ ଅଭିଯୁକ୍ତ ହୋଇଯିବା ପରେ ପୁଲିସ ତାକୁ ଗିରଫ କରିବା ପାଇଁ ତା ଘର ଉପରେ ଘନଘନ ଚଢ଼ଉ କରୁଥିଲା। ତେଣୁ ସେ ବହୁ ସମୟରେ ବାହାରେ ରହୁଥିଲା। ଗତକାଲି ରାତିରେ ସେ ଘରେ ଥିବାବେଳେ ପୁଲିସ ଚଢ଼ଉ କରିବା ପରେ ସେ ଧରାପଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe