ଅସ୍ତ୍ରୋପଚାର କରି ୭ଜଣ ରୋଗୀଙ୍କ ଜୀବନ ନେଇଯାଇଛନ୍ତି ଏହି ନକଲି ଡାକ୍ତର

Advertisment

ନକଲି ଡାକ୍ତର କେମ୍ ନିଜକୁ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ କହି ୭ଜଣଙ୍କ ହୃଦୟ ରୋଗୀଙ୍କ କରିଥିଲେ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ୭ଜଣ ରୋଗୀଙ୍କ ମୃତ୍ୟୁ ହେବା ପରେ ନକଲି ଡାକ୍ତର କେମଙ୍କ ନାମ ସାମ୍ନାକୁ ଆସି୍ଥିଲା।

ନକଲି ଡାକ୍ତର କେମ୍ ନିଜକୁ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ କହି ୭ଜଣଙ୍କ ହୃଦୟ ରୋଗୀଙ୍କ କରିଥିଲେ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ୭ଜଣ ରୋଗୀଙ୍କ ମୃତ୍ୟୁ ହେବା ପରେ ନକଲି ଡାକ୍ତର କେମଙ୍କ ନାମ ସାମ୍ନାକୁ ଆସି୍ଥିଲା।

hfgjh

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶର ଦମୋହରେ ଥିବା ଇସାଇ ମିଶନାରୀଙ୍କ ମିଶନ ହସ୍ପିଟାଲରେ ହୃତପିଣ୍ଡ ଅସ୍ତ୍ରୋପଚାର ସମୟରେ ସାତ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଘଟଣା ପାଇଁ ନକଲି ଡାକ୍ତର  ଏନ. ଜନ୍ କେମଙ୍କୁ ଦାୟୀ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ନକଲି ଡାକ୍ତରଙ୍କ ବିରୋଧରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଏମ କେ ଜୈନ କୋତୱାଲି ପୁଲିସ ଷ୍ଟେସନରେ ପହଞ୍ଚି ମାମଲା ରୁଜୁ କରିଥିଲେ। 

ଜିଲ୍ଲାର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଅଭିଯୋଗ କରି କହିଛନ୍ତି, ‘ହୃଦରୋଗ ବିଶେଷଜ୍ଞ ଡାକ୍ତର ଏନ ଜନ କେମ ଜଣେ ନକଲି ଡାକ୍ତର।

ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ, ରେକର୍ଡରେ ଥିବା ଡାକ୍ତର କେମଙ୍କ ଦସ୍ତାବିଜଗୁଡ଼ିକ ଠିକ୍ ନାହିଁ। ନିୟମ ଅନୁଯାୟୀ ମଧ୍ୟପ୍ରଦେଶରେ ଡାକ୍ତରୀ ପ୍ରଶିକ୍ଷଣ ପାଇଁ ଡାକ୍ତରମାନଙ୍କୁ ମଧ୍ୟପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିଥାଏ କିନ୍ତୁ ଡାକ୍ତର କେମଙ୍କ ନାମରେ ମଧ୍ୟପ୍ରଦେଶରେ କୌଣସି ପ୍ରକାର ପଞ୍ଜୀକରଣ ନାହିଁ।  ମିଳିଥିବା କାଗଜପତ୍ରରେ ତାଙ୍କ ନାମ ଆନ୍ଧ୍ରପ୍ରଦେଶରେ ପଞ୍ଜୀକରଣ ଥିବା ଉଲ୍ଲେଖ ରହିଛି।

ଏହାପରେ ତଦନ୍ତ ହୋଇଥିଲା। ତଦନ୍ତରୁ ଜଣାପଡ଼ିଲା ଆନ୍ଧ୍ରପ୍ରଦେଶର ମେଡିକାଲ ବୋର୍ଡରେ ମଧ୍ୟ ତାଙ୍କ ପଞ୍ଜୀକରଣ ସମ୍ବନ୍ଧୀୟ କୌଣସି କାଗଜପତ୍ର ନାହିଁ। ଏହାର ଅର୍ଥ ସ୍ପଷ୍ଟ ଯେ ଡାକ୍ତର କେମ୍ ଏଠାରେ ଠକେଇ ଭାବରେ କାମ କରୁଥିଲେ ।  ଏହି ସମୟ ମଧ୍ୟରେ ସେ ନିଜକୁ ବ୍ରିଟିଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ କହି ୭ଜଣଙ୍କ ହୃଦୟ ଅସ୍ତ୍ରୋପଚାର କରିଥିଲେ। 


ସ୍ଥାନୀୟ ଓକିଲ ଦୀପକ ତିୱାରୀ ଅଭିଯୋଗ କରି କହିଥିଲେ, ‘ଦମୋହର ମିଶନ ହସ୍ପିଟାଲରେ ଡାକ୍ତର କେମଙ୍କ ଦ୍ୱାରା କରାଯାଇଥିବା ହୃଦପିଣ୍ଡ ଅସ୍ତ୍ରୋପଚାରରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବ୍ୟକ୍ତିଙ୍କ ବିରୋଧରେ ହାଇଦ୍ରାବାଦରେ ଅନେକ ଅପରାଧିକ ମାମଲା ରୁଜୁ ମଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe