କାର ଛାତ ଉପରେ ଚଢ଼ି ନୃତ୍ୟ କରିବା ମହଙ୍ଗା ପଡ଼ିଲା; କଟିଲା ୩୮,୫୦୦ ଟଙ୍କାର ଚାଲାଣ

Advertisment

ନୋଏଡାର ସେକ୍ଟର-୩୩ସ୍ଥିତ ଏଲିଭେଟେଡ୍ ରୋଡ ମଝିରେ ଜଣେ ଯୁବକଙ୍କୁ କାର ଛାତ ଉପରେ ଚଢ଼ି ନୃତ୍ୟ କରିବା ମହଙ୍ଗା ପଡ଼ିଲା। ପୁଲିସ ମାମଲା ରୁଜୁ କରି କାଟିଲା ୩୮,୫୦୦ ଟଙ୍କାର ଚାଲାଣ।

ନୋଏଡାର ସେକ୍ଟର-୩୩ସ୍ଥିତ ଏଲିଭେଟେଡ୍ ରୋଡ ମଝିରେ ଜଣେ ଯୁବକଙ୍କୁ କାର ଛାତ ଉପରେ ଚଢ଼ି ନୃତ୍ୟ କରିବା ମହଙ୍ଗା ପଡ଼ିଲା। ପୁଲିସ ମାମଲା ରୁଜୁ କରି କାଟିଲା ୩୮,୫୦୦ ଟଙ୍କାର ଚାଲାଣ।

,ଳଳ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବକଙ୍କୁ ରାସ୍ତା ମଝିରେ କାର ଛାତ ଉପରେ ଚଢ଼ି ନୃତ୍ୟ କରିବା ମହଙ୍ଗା ପଡ଼ିଛି।  ଏହି ଭିଡିଓଟି ନୋଏଡାର ସେକ୍ଟର-୩୩ସ୍ଥିତ ଏଲିଭେଟେଡ୍ ରୋଡର ବୋଲି କୁହାଯାଉଛି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ ଥାର ଛାତ ଉପରେ ଚଢ଼ି ଏକ ଫିଲ୍ମ ଗୀତରେ ନିର୍ଭୟରେ ନାଚୁଛନ୍ତି। ଏହି ସମୟରେ ଉକ୍ତ କାର ପଛରୁ ଆସୁଥିବା ଅନ୍ୟ ଯାନଗୁଡ଼ିକ ମଧ୍ୟ ଏହି ଦୃଶ୍ୟ ଦେଖିବା ପାଇଁ ଗାଡ଼ିର ଗତିକୁ ମନ୍ଥର କରି ଦେଇଥିଲେ। ଯାହା ଫଳରେ ଧୀରେଧୀରେ ଟ୍ରାଫିକ ଜାମ ହୋଇଯାଇଥିଲା। 

ଏହି ଷ୍ଟଣ୍ଟ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରି କଡ଼ା ସମାଲୋଚନା କରି କହିଥିଲେ, ଏମିତି କରି ଉକ୍ତ ବ୍ୟକ୍ତି ଜଣକ କେବଳ ତାଙ୍କ ଜୀବନକୁ ବିପଦରେ ପକାଇ ନାହାନ୍ତି ବରଂ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥିଲେ।’

ସୋସିଆଲ ମିଡିଆରେ ହୋଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇ ନୋଏଡା ଟ୍ରାଫିକ୍ ପୁଲିସ ମାମଲାକୁ ବିଚାରକୁ ନେଇ ଗାଡିଟିକୁ ଚିହ୍ନଟ କରିଛି।

ମୋଟର ଯାନ ଆଇନ ଅନୁଯାୟୀ ଷ୍ଟଣ୍ଟ ଦେଖାଉଥିବା ଯୁବକ ଏବଂ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ୩୮,୫୦୦ ଟଙ୍କାର ଚାଲାଣ କାଟିଛି। 

ଟ୍ରାଫିକ ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଏପରି ଅସାବଧାନତା ଏବଂ ଷ୍ଟଣ୍ଟ ଘାତକ ହୋଇପାରେ। ତେଣୁ ଏପରି ଷ୍ଟଣ୍ଟ କରିବାରୁ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe