ଜେଲରେ ସୁପରଷ୍ଟାର ଭଳି ରହୁଛନ୍ତି ଦର୍ଶନ, ଦିଆଯାଉଛି ବିରିୟାନୀ !

Advertisment
ଜେଲରେ ସୁପରଷ୍ଟାର ଭଳି ରହୁଛନ୍ତି ଦର୍ଶନ, ଦିଆଯାଉଛି ବିରିୟାନୀ !

ବେଙ୍ଗାଲୁରୁ: ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ କରିଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରାଯାଇଥିବା ବେଳେ ପଚରାଉଚରା ପାଇଁ ବେଙ୍ଗାଲୁରୁକୁ ଅଣାଯାଇଥିଲା।

ଏବେ ଦର୍ଶନ ପୁଲିସ କଷ୍ଟଡିରେ ଥିବା ବେଳେ ତାଙ୍କ ସହ ଜଣେ ଅଭିଯୁକ୍ତ ଭାବେ ନୁହଁ ବରଂ ଜଣେ ଷ୍ଟାର ଭାବେ ବ୍ୟବହାର କରାଯାଉଥିବା ଜଣାପଡିଛି | ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଦର୍ଶନଙ୍କୁ ପ୍ରଥମ ଦିନ ଜେଲରେ ବିରିୟାନୀ ଖାଇବାକୁ ଦିଆଯାଇଥିଲା | ଏହା ପରେ ତାଙ୍କୁ ଜ୍ୱର ହୋଇଥିବାରୁ ଔଷଧ ମଧ୍ୟ ଦିଆଯାଇଥିଲା | ତେବେ ଏହି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ |

ଉଲ୍ଲେଖଯୋଗ୍ୟ, ଦର୍ଶନ ୨୦୦୦ମସିହାରୁ ବିବାହ କରିସାରିଥିବା ବେଳେ ଏବେ ପବିତ୍ରାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏହା ଜାଣିବା ପରେ ମୃତକ ତଥା ଦର୍ଶନଙ୍କ ପ୍ରଶଂସକ ରେନୁକା ସ୍ୱାମୀ ପବିତ୍ରାଙ୍କୁ ଗାଳି କରି ମେସେଜ କରୁଥିଲେ। ତୁମ ପାଇଁ ଦର୍ଶନଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେଉଛି। ତାଙ୍କଠୁ ଦୂରେଇ ଯାଅ। ନଚେତ୍ ପରିଣାମ ଭୋଗିବ ବୋଲି ଲେଖିଥିଲେ ରେନୁକା ସ୍ୱାମୀ। ଏହା ଜାଣିବା ପରେ ଦର୍ଶନ ନିଜ ଫ୍ୟାନ ଆସୋସିଏସନର ୯ଜଣ ଯୁବକଙ୍କୁ ସୁପାରୀ ନେଇ ରେନୁକା ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ଜୁନ ୮ରେ ଦର୍ଶନଙ୍କ ପ୍ରଶଂସକମାନେ ଚିତ୍ରଦୂର୍ଗର ଔଷଧ ଦୋକାନରେ କାମ କରୁଥିବା ରେନୁକା ସ୍ୱାମୀଙ୍କୁ ଅପହରଣ କରିଆଣି ବେଙ୍ଗାଲୁରୁର ରାଜାର‌ାଜେଶ୍ବରୀନଗରରେ ଥିବା ଫାର୍ମହାଉସରେ ରଖିଥିଲେ। ଏହା ପରେ ତାଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ସିସିଟିଭିରେ ଦେଖାଯାଇଛି ଯେ, ଉଭୟ ଦର୍ଶନ ଓ ପବିତ୍ରା ୧୧ଟାରେ ଫାର୍ମହାଉସ୍ ଆସିଥିବା ବେଳେ ମୃତଦେହକୁ ଫିଙ୍ଗିବାର ଆଦେଶ ଦେଇ ଭୋର ୩ଟା ୩୦ରେ ଦୁହେଁ ସେଠାରୁ ବାହାରିଥିଲେ। ଏହା ଦେଖିବା ପରେ ପୁଲିସ ଏବେ ଦର୍ଶନ ଓ ପବିତ୍ରାଙ୍କ ସମେତ ଅନ୍ୟ ୯ଜଣକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe