ଶାଶୁର ଫୋନ୍‌ ହ୍ୟାକ୍‌ କରି ବୋହୂ କରୁଛି ଏଭଳି ଦାବି

ଶାଶୁର ଫୋନ୍‌ ହ୍ୟାକ୍‌ କରି ବୋହୂ କରୁଛି ଏଭଳି ଦାବି

telegraph.co.uk

ନୂଆଦିଲ୍ଲୀ: ଘରେ ଶାଶୁ-ବୋହୂ ମଧ୍ୟରେ କୌଣସି ନା କୌଣସି କାରଣରୁ ନେଇ ବଚସା ହେବା ଏକ ସାଧାରଣ କଥା ହୋଇଥାଏ। କିନ୍ତୁ ଏହି ଝଗଡ଼ା ବେଳେବେଳେ ଏମିତି ପରିସ୍ଥିତିରେ ଆଣି ଛିଡା କରିଥାଏ ଯେ ତାହାର ସମାଧାନ ହେଲା ଭଳି କୌଣସି ବାଟ ନଥାଏ।

ରାଜଧାନୀ ଦିଲ୍ଲୀସ୍ଥିତ ଗାଜିଆବାଦରେ ଶାଶୁ-ବୋହୂ ସହିତ ଜଡ଼ିତ ଥିବା ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ବୋହୂ ନିଜ ଶାଶୁର ଫୋନ୍‌କୁ ହ୍ୟାକ୍‌ କରି ଏକ ବଡ଼ ଦାବି ଆଣି ଶାଶୁ ସାମ୍ନାରେ ରଖିଥିବା ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କ ସ୍ୱାମୀ ବି ଆଶ୍ଚର୍ଯ୍ୟ ହେବା ସହିତ ପୁଲିସ୍‌ରେ ମାମଲା ରୁଜୁ କରିଛନ୍ତି।

publive-image SmarterTravel

ଗାଜିଆବାଦର କବିନଗରରେ ଏମିତି ଘଟଣା ଘଟିଛି। ଏଠାକାର ଜଣେ ଆୟକର ବିଭାଗ ଅଧିକାରୀ ନିଜ ପତ୍ନୀ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି, ସେ ମୋର ମା’ଙ୍କ ଫୋନ୍‌ ହ୍ୟାକ୍‌ କରି କଥା ରେକର୍ଡଂ କରିଛି। ସେ ମା’ ଫୋନ୍‌ରେ ଗୋପନୀୟତାରେ ‘ସ୍ପିକର ରେକଡିଂ ଚିପ୍‌’ ଫିଟ୍ କରି ଦେଇଥିଲା। ଏହାପରେ ମା’ଙ୍କ ଫୋନ୍‌କୁ ଆସୁଥିବା ସମସ୍ତ କଲ୍‌କୁ ସେ ଶୁଣି ରେକର୍ଡ କରି ଦେଇଥିଲେ। ଏହି ରେକଡିଂ ଆଧାରରେ ପତ୍ନୀ ମୋ’ଠାରୁ ଛାଡ଼ପତ୍ର ନେବାକୁ ଦାବି କରିଛି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe