ଝିଅକୁ ରାତି ଅଧରେ ପ୍ରେମିକ ସହ ଧରିଲେ ପିତା, ତୃତୀୟ ମହଲାରୁ ଠେଲି ଦୁହେଁ ଫେରାର

Advertisment
ଝିଅକୁ ରାତି ଅଧରେ ପ୍ରେମିକ ସହ ଧରିଲେ ପିତା, ତୃତୀୟ ମହଲାରୁ ଠେଲି ଦୁହେଁ ଫେରାର

ନୋଏଡା: ନୋଏଡାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅକୁ ବେଡରୁମ୍‌ରୁ ପ୍ରେମିକା ସହିତ ଧରିବା ପରେ ବାପାକୁ ତୃତୀୟ ମହଲାରୁ ଠେଲି, ଉଭୟ ପ୍ରେମିକ-ପ୍ରେମିକା ଘଟଣାସ୍ଥଳରୁ ଫେରାର ହେବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା  ଝିଅ ଓ ତା’ର ପ୍ରେମିକାକୁ ପୁଲିସ ଗିରଫ କରିନେଇଛି। ମୃତକଙ୍କ ନାମ ବିଶ୍ୱନାଥ ସାହୁ ଓ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି। ଗିରଫ ପ୍ରେମିକ ନାମ ଧର୍ମେନ୍ଦ୍ର ବୋଲି ପୁଲିସ ସୂଚନା ଦେଇଛି।

publive-image

ମୃତ ବିଶ୍ୱନାଥଙ୍କ ପୁଅ ସଞ୍ଚୟ ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ, ରବିବାର ଭୋର ସମୟରେ ଭଉଣୀକୁ ବାପା ତାର ପ୍ରେମିକ ଧର୍ମେନ୍ଦ୍ର ସହିତ ବେଡରୁମ୍‌ରେ ଦେଖିବାକୁ ପାଇଥିଲେ। ଏହାପରେ ଧର୍ମେନ୍ଦ୍ର ଓ ବାପାଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ବାପା ଧର୍ମେନ୍ଦ୍ରକୁ ବାଡେଇବାରେ ଲାଗିଥିଲେ। ଫଳରେ ଭଉଣୀ ତାର ପ୍ରେମିକାକୁ ବଞ୍ଚାଇବାକୁ ଯାଇ ବାପାଙ୍କୁ ବାଲକୋନିରୁ ଠେଲି ଦେଇଥିଲା। ତିନି ମହଲା କୋଠା ଉପରୁ ତଳେ ପଡ଼ି ଯାଇଥିଲେ ବାପା। ଏହାପରେ ଦୁହେଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଥରଟିଏ ବି ବୁଲି ଚାହିଁଲେ ନାହିଁ କି ବାପାଙ୍କ ଅବସ୍ଥା କେମିତି ଅଛି । ବାପାଙ୍କ ବାଲକୋନୀରୁ ପଡ଼ିବାର ଚତ୍କାର ଶୁଣି ମା’ ଗାୟତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା। ମା’ ଆସି ଦେଖିଲା ବେଳକୁ ବାପା ବାଲକୋନୀର ତଳକୁ ପଡ଼ି ଯାଇଥିଲେ। ସେ ସଙ୍ଗେସଙ୍ଗେ ପାଖପଡୋଶୀ ସାହାଯ୍ୟରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରୁ ବାପାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରି ଦିଆଯାଇଥିଲା।

publive-image

ପରିବାର ଲୋକଙ୍କ କହିବାନୁସାରେ, ଝିଅ ଓ ଧର୍ମେନ୍ଦ୍ରର ସମ୍ପର୍କ ଦୁଇବର୍ଷ ପାଖାପାଖି ହେବ ରହିଛି। ବିବାହ ପାଇଁ ଦୁହିଁଙ୍କ ଉପଯୁକ୍ତ ବୟସ ହୋଇ ନଥିବାରୁ ଆମେ ଏହି ବିବାହ ପାଇଁ ରାଜି ନ ଥିଲୁ। କିନ୍ତୁ ଧର୍ମେନ୍ଦ୍ର ବାରମ୍ବାର ଝିଅକୁ ବିବାହ କରିବା ନେଇ ଜିଦ ଧରି ବସିଥିଲେ।

ମା’ ଗାୟତ୍ରୀଙ୍କ ଅଭିଯୋଗ କ୍ରମେ, ଝିଅ ଓ ଝିଅର ପ୍ରେମିକା ଧର୍ମେନ୍ଦ୍ରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୪ଏରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe