ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣା; ରାଗିଂ ନୁହେଁ ବୋଲି କହିଲେ ଡିସିପି

ଦିନ ୧ଟା ସୁଦ୍ଧା ରାଜଧାନୀର ସବୁ ବୁଥକୁ ଇଭିଏମ ପଠାଯିବ: ଡିସିପି

ଭୁବନେଶ୍ବର: ବିଜେବି କଲେଜରେ ରାଗିଂ ଘଟଣା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାଇରଲ ଭିଡ଼ିଓକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଅଭିଯୋଗ କରିଛନ୍ତି। ସେ ମାଡ଼ଖାଇଥିବା ଛାତ୍ରର ସାଙ୍ଗ।

ଜଣେ ଛାତ୍ରୀଙ୍କ ସହିତ ଯିବାଆସିବା କରିବାକୁ ନେଇ ଅନ୍ୟ ଛାତ୍ରମାନେ ଗଣ୍ଡଗୋଳ କରିଥିଲେ। ସେହି ଝିଅ ସହିତ ମିଶିବାକୁ ବାରଣ କରିଥିଲେ। କିନ୍ତୁ କଥା ନମାନି ପୁଣି ଥରେ ମିଳାମିଶା କରିବାରୁ ତାଙ୍କୁ ମାଡ଼ ମାରୁଥିଲେ, ଯେଉଁ ଚିତ୍ର ଭାଇରାଲ ହୋଇଥିଲା।

ଏହି ଘଟଣାକୁ ରାଗିଂ ନୁହେଁ ବୋଲି ଦାବି କରିଛନ୍ତି ଡିସିପି। ଏନେଇ ସେ କହିଛନ୍ତି, ରାଗିଂ ବୋଲି କୌଣସି ପ୍ରକାରର ଅଭିଯୋଗ  ହୋଇନାହିଁ। ଏହା ଏକ ବ୍ୟକ୍ତିଗତ କାରଣକୁ ନେଇ ଗଣ୍ଡଗୋଳ ହୋଇଛି। ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ନାବାଳକ। ଏମାନେ ସମସ୍ତେ ବିଜେବି କଲେଜର ଦ୍ଵିତୀୟ ବର୍ଷର ଛାତ୍ର।

ଛାତ୍ର/ଛାତ୍ରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସିଧାସଳଖ ଅଭିଯୋଗ କରି ପାରିବେ। ସମସ୍ତ କଲେଜ ଉପରେ ପୁଲିସର ନଜର ରହିଛି। କଲେଜ କ୍ୟାମ୍ପସରେ ଏହି ଭଳି ଘଟଣା ଘଟୁଥଲେ ସେମାନେ ନିକଟସ୍ଥ ଥାନାରେ ଅଭିଯୋଗ କରିପାରିବେ ବୋଲି ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ବିଜେବି କ୍ୟାମ୍ପସରେ ୨୦ରୁ ଅଧିକ ଛାତ୍ର ଘେରିଯାଇ ଭୟର ବାତାବରଣ ସୃଷ୍ଟି କଲେ। ଗଛ ତଳେ ଜଣେ ଛାତ୍ର (ନାମ ଗୋପନ ରଖାଯାଇଛି)ଙ୍କୁ ବସାଇ ଅକଥନୀୟ ନିର୍ଯାତନା ଦେଲେ। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ଉପରେ ଚାପୁଡ଼ା, ଗୋଇଠା, ଧକ୍କା ମାରି ଚାଲିଲେ। ୫ରୁ ଅଧିକ ଛାତ୍ର ତାଙ୍କୁ ତଳେ ପକାଇ ଗଡ଼େଇ ତଡ଼େଇ ପିଟିଲେ।

ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ସ୍ପଷ୍ଟ ଦିବାଲୋକରେ କଲେଜ୍‌ କ୍ୟାମ୍ପସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରମାନେ ଆତଙ୍କ ସୃ୍ଷ୍ଟି କରିଥିଲେ। କିଛିଦିନ ତଳେ ବିଜେବି କଲେଜର ଦୁଇ ଦୁଇଟି ରାଗିଂ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଘଟଣା ଲୋକଙ୍କ ମନରୁ ନଯାଉଣୁ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe