ଅଜଣା ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

Advertisment
ଅଜଣା ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ୱର : ନୀଳକଣ୍ଠନଗର ହାଣ୍ଡିଆ ପଡ଼ିଆ ନିକଟରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହକୁ ଜବତ କରିଛି। ତେବେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ଯୁବକଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ। ରଙ୍ଗ ଶ୍ୟାମଳ ବର୍ଣ୍ଣ। ସେ କଳା ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ ସୂଚନା ମୁତାବକ, ରବିବାର ଭୋର ପ୍ରାୟ ୫ଟା ସମୟରେ କେହି ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ସାଲିଆସାହି ନୀଳକଣ୍ଠନଗର ହାଣ୍ଡିଆ ପଡ଼ିଆରେ ପଡ଼ିଥିବା ଖବର ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ଯୁବକଙ୍କ ମୁଣ୍ଡର ବାମ ପଟରେ ବଡ଼ କ୍ଷତ ଚିହ୍ନ ଥିଲା। ଆଘାତ ଯୋଗୁଁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ପ୍ରଚୁର ରକ୍ତସ୍ରାବ ପଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପୁଲିସ ସନ୍ଦେହ କରିଛି। ତେବେ ତାଙ୍କ ମୁଣ୍ଡକୁ କେହି ଆକ୍ରମଣ କରିଛି ନା ନିଶାସକ୍ତ ଅବସ୍ଥାରେ ସେଠାରେ ଥିବା ପଥରେ ପଡ଼ି ତାଙ୍କର ଏଭଳି ମୃତ୍ୟୁ ଘଟିଛି କିମ୍ବା ତାଙ୍କୁ ହତ୍ୟା କରାଯଇ ଏଠାରେ ଫୋପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe