ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଅଦ୍ୟତନ ହୋଇଛି
Minor murder in Champua

Minor murder in Champua Photograph: (Sambad )

କଟକ: କମିସନରେଟ୍‌ ପୁଲିସ ଅଧୀନ ଲାଲବାଗ୍ ଥାନା ଅଧିନ ସିଦ୍ଧେଶ୍ବରସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ମହିଳାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କର ସ୍ବାମୀଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତହତଙ୍କର ପରିଚୟ ମିଳିପାରି ନାହିଁ।

ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

ସ୍ଥାନୀୟ ଲୋକଙ୍କର ସୂଚନା ଅନୁସାରେ ସିଦ୍ଧେଶ୍ବରସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ପୁରୁଷ ବ୍ୟକ୍ତି ଜଣକଙ୍କର ବେକରୁ ରକ୍ତସ୍ରାବ ହେଉଥିଲା। ତାଙ୍କର ସ୍ତ୍ରୀଙ୍କ ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଘର ଭିତରେ ପଡ଼ିଥିଲା। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଏହି ଖବର ପଢ଼ନ୍ତୁ: ୭୦ରୁ ୮୦ କିଲୋମିଟର ମାଇଲେଜ ଦେଇଥାଏ ଏହି ସବୁ ବାଇକ

ସ୍ଥାନୀୟ ଲୋକଙ୍କର ସୂଚନା ଅନୁସାରେ ସିଦ୍ଧେଶ୍ବରସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତଦେହ ଓ ତାଙ୍କର ସ୍ବାମୀ ଗୁରୁତର ଥିବା ଦେଖିବାକୁ ପାଇଥିଲା।ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଏହି ଖବର ପଢ଼ନ୍ତୁ: ଆସନ୍ତା ମାର୍ଚ୍ଚରେ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ଟଙ୍କା ଆକାଉଣ୍ଟକୁ ଯିବ

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ପୁରୁଷ ବ୍ୟକ୍ତି ଜଣକ ତାଙ୍କର ସ୍ତ୍ରୀଙ୍କୁ ହତ୍ୟା କରିଥାଇ ପାରନ୍ତି। ତେବେ ପୁରୁଷ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହେଲା ପରେ ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଘଟଣାର ଅଧିକ ତଦନ୍ତ କରୁଛି। ମହିଳାଙ୍କର ମୃତଦହେ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି।

ଏହି ଖବର ପଢ଼ନ୍ତୁ: 'ମୁଁ ଜାଣିଥିଲି ଏହା ଭୁଲ୍ କିନ୍ତୁ'...; ନିଜର ଖରାପ ଅଭ୍ୟାସ ଉପରେ ନୀରବତା ଭାଙ୍ଗିଲେ ଅମୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe