ପାରଳାଖେମୁଣ୍ଡି: ଗାରାବନ୍ଧ ଥାନା ଅନ୍ତର୍ଗତ ମରକଡା ଗାଁରେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଛି। ଦୀର୍ଘ ୩୦ ଘଣ୍ଟା ଧରି ଘଟଣାସ୍ଥଳରେ ମୃତଦେହ ପଡ଼ି ରହିଛି। ତେବେ ସ୍ତ୍ରୀ ଓ ଶାଶୁ ଘରର ସମସ୍ତ ସଦସ୍ୟ ଫେରାର ହୋଇଯାଇଥିବା ବେଳେ ସଂପର୍କୀୟମାନେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ  ହେଉଛନ୍ତି ସେହି ଗ୍ରାମର ୩୦ ବର୍ଷୀୟ ଦାଉଦ୍ କାର୍ଯୀ।

Advertisment

ଗତ ଚାରିମାସ ତଳେ ୨ ଜୁଲାଇରେ ପଡ଼ୋଶୀ ସୁଶମିଳା ଶବରଙ୍କ ସହ ଦାଉଦଙ୍କ ବାହାଘର ହୋଇଥିଲା। ବିବାହ ପୁର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। କଥା ଗ୍ରାମରେ ସମାଧାନ ନହୋଇ ପାରିବାରୁ ଥାନାରେ ପହଞ୍ଚିଥିଲା। କୈଣସି ମତେ ଥାନାରେ ବିବାଦର ସମାଧାନ ପରେ ଉଭୟଙ୍କ ବାହାଘର ହୋଇଥିଲା। ବିବାହର ୪ ମାସ ମଧ୍ୟରେ କୈଣସି ଝଗଡା ହୋଇ ନଥିବା ସମ୍ପକୀୟ କହୁଥିବା ବେଳେ ଦାଉଦଙ୍କ ପରିବାର ସହ ସେମାନଙ୍କ କୈଣସି ସମ୍ପର୍କ ନଥିଲା। କିନ୍ତୁ ଗତ ୧୧ ତାରିଖ ରାତିରେ ଶଶୁର ଘର ଲୋକଙ୍କ ଉପସ୍ଥିତିରେ ଝଗଡ଼ା ହୋଇଥିଲା। ପରଦିନ ସକାଳ ପ୍ରାୟ ୧୦ଟାରେ ଦାଉଦ୍ ଆତ୍ମହତ୍ୟା କରିଥିବା ନେଈ ସ୍ତ୍ରୀ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି

ତିନି ଜଣ ଅଟକ

ଗ୍ରାମବାସୀ ଏକଜୁଟ ହୋଇ ଆସି ଦେଖିବା ବେଳକୁ ଶବ ଘର ଭିତରେ ତଳେ ପଡ଼ି ରହିଥିଲା, ଯାହାକୁ ନେଇ ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସନ୍ଦେହ ଘନିଭୂତ ହୋଇଥିଲା। ସେହି ସମୟଠାରୁ ସମସ୍ତେ ଫେରାର ହୋଇଯାଇଛନ୍ତି। ଏନେଇ ଗାରାବନ୍ଧ ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ସୂଚନା ଦେଇଛନ୍ତି।‌

ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ 

ରିପୋର୍ଟ: ସୁଜିତ୍‌ ବିଷୋୟୀ