ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ।

Advertisment

ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ ବୁଥ ପାଖରେ ରଖିବା, ଅନ୍ୟ ଏକ ଗାଡ଼ିରୁ ଇଭିଏମ୍ ମିଳିବା, ଶେଷ ସମୟକୁ ଅତିରିକ୍ତ ଭୋଟ ହେବା, ଆଦି ଦର୍ଶାଉଛି କଂଗ୍ରେସକୁ ହରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା।

ଆହୁରି ପଢ଼ନ୍ତୁ:Winter has Grown: ଶୀତ ବଢ଼ିଲା: ସଞ୍ଜ ହେଲେ ନିଆଁ ସାହାରା

ଅଢ଼େଇରୁ ୫ ହଜାର ଭୋଟରେ ଜିତିବୁ

କିନ୍ତୁ ଜନତାଙ୍କ ସମର୍ଥନ ଆମ ସପକ୍ଷରେ ଅଛି, ଆମର ବିଜୟକୁ ନେଇ ଆମେ ସମ୍ପୂର୍ଣ୍ଣ ଆଶାବାଦୀ।  ସେ କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କରି ଭୋଟ୍ ଚୋରି କରିଛି । ହେଲେ ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଅଢ଼େଇରୁ ୫ ହଜାର ଭୋଟରେ ବିଜୟୀ ହେବେ।

ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିଲା। ଏଠାରେ ୭୯.୦୨ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଭୋଟ୍‌ ହାର ବଢ଼ିଥିଲା।

ଆହୁରି ପଢ଼ନ୍ତୁ:Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ