ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ତାଙ୍କ ଅନ୍ତନଳୀ ଏବଂ ଫୁସଫୁସ ମଧ୍ୟ ଫାଟି ଯାଇଥିଲା। ସୋମବାର ତାଙ୍କୁ LNJPର ICUରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ।
LNJPରେ ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ୨୦ଜଣ ଆହତ ଚିକିତ୍ସିତ ହେଉଛନ୍ତି, ଯାହାଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତ ଗୁରୁତର ଆହତଙ୍କୁ ICUରେ ଭର୍ତ୍ତି କରାଯାଇଛି।
ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ
ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍ଗୁଡ଼ିକୁ ଟାର୍ଗେଟ୍ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ "ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ" ନେବାକୁ ଚାହୁଁଥିଲେ।
୨୦୦ ବିସ୍ଫୋରଣ କରିବାର ଥିଲା ଯୋଜନା
ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ, ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା। ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି।
ଆହୁରି ପଢ଼ନ୍ତୁ: Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ
ଆହୁରି ପଢ଼ନ୍ତୁ: Winter has Grown: ଶୀତ ବଢ଼ିଲା: ସଞ୍ଜ ହେଲେ ନିଆଁ ସାହାରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/13/delhi-blast-2025-11-13-15-01-34.jpg)