ଘୁ.ଉଦୟଗିରି: ଚଳିତ ବର୍ଷ ଘୁ.ଉଦୟଗିରିରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି। ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି। ଗୁରୁବାର ଘୁ.ଉଦୟଗିରିରେ ତୋପମାତ୍ରା ୭.୬ଡିଗ୍ରିରେ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ ୬ ଡିଗ୍ରିକୁ ପହଞ୍ଚିଛି।
ଖରା ଏବଂ ନିଆଁକୁ ଭରସା
ହଠାତ୍ ତାପମାତ୍ରା ଖସିବା ଯୋଗୁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁକୁ ଭରସା କରୁଛନ୍ତି।
ଆହୁରି ପଢ଼ନ୍ତୁ:Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା
ଅନ୍ୟପଟେ ଶୀତ ବଢିବା ଯୋଗୁ ଗରମ ପୋଷାକର ବେପାର ଜୋର ଧରିଛି।ଗରିବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସୁଥିବା ବେଳେ ଯାତ୍ରୀବାହୀ ବସ୍କୁ ରାତିରେ ଅପେକ୍ଷା କରୁଥିବା ଯାତ୍ରୀମାନେ ମଧ୍ୟ ରାସ୍ତା କଡେ ନିଆଁ ଜାଳି ବସ୍କୁ ଅପେକ୍ଷା କରୁଛନ୍ତି। ଜାଡ଼ରେ ଥରୁଥିବା ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ୭. ୬ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଓଡିଶାର ଦାର୍ଜିଲିଂ ଘୁ.ଉଦୟଗିରି।
ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ଘୁ.ଉଦୟଗିରି ଆଜିର ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି। ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରାରେ ଗରିବ ଲୋକେ ରହୁଛନ୍ତି।
ଶୀତୁଆ ସକାଳର ମଜ୍ଜା ଉଠେଇବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଭିଡ଼ ଜମୁଥିବା ବେଳେ ସହରର ବିଭିନ୍ନ ଛକ ମାନଙ୍କରେ ଥିବା ଚାହା ଦୋକାନରେ ଶୀତୁଆ ସକାଳର ଖଟି ଜମୁଛି ପୁଣି ନିଆଁ ପାଖରେ ବସି।ସକାଳ ଭ୍ରମଣ ସହ ଖେଳ ପଡିଆ ପାର୍କ ରେ ଯୁବ ପିଢିଙ୍କ ସକାଳ ଭ୍ରମଣ ,ଖେଳ କୁଦ ବେଶ ଜମୁଛି।ପ୍ରବଳ ଥଣ୍ଡା ଯୋଗୁ ହାତ ଗୋଡ଼ କାଲୁଆ ପଡୁଥିବା ବେଳେ ବିନା ଗରମ ପୋଷାକରେ ଘରୁ ବାହାରିବା ସମ୍ଭବ ହେଉନି।
ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତ ର ଲୁଚକାଳି ଖେଳ ଚାଲିଛି।ଚଳିତ ବର୍ଷ ଶୀତ ଦିନ ଆରମ୍ଭରୁ ଘୁ.ଉଦୟଗିରି ସହର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଛି।ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।
ଓଡ଼ିଶା ବାହାରୁ ଏବଂ ବାହାର ଜିଲ୍ଲାର ପର୍ଯ୍ୟଟକ ଶୀତ ଖାଇବା ନିମନ୍ତେ ସ୍ଥାନୀୟ ଅଞ୍ଚଳକୁ ଆସୁଥିବା ଦେଖୁବାକୁ ମିଳୁଛି।ଗରିବ ଦିନ ମଜୁରିଆ ମାନେ ଶିତକୁ ଖାତିର ନ କରି ବଡି ଭୋରରୁ ନିଜ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ପ୍ରବଳ କୁହୁଡି ,ଥଣ୍ଡା କାକରରେ ମହିଳାମାନେ ନିଜ ଗାଁରୁ ମୁଣ୍ଡରେ କାଠ ,ଅଙ୍ଗାର ଵୋହି ଚାଲି ଚାଲି ନିଜ ଗାଁରୁ ସହରକୁ ଆସୁଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ:Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/13/winter-has-grown-the-support-of-the-fire-in-the-evening-2025-11-13-15-03-03.jpg)