ଗଂଜାମ: ମନ୍ଦିର ପଛପଟୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Advertisment
ଗଂଜାମ: ମନ୍ଦିର ପଛପଟୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

The English Post

ବ୍ରହ୍ମପୁର: ମନ୍ଦିର ପଛପଟୁ ପୁଲିସ ଶନିବାର ପ୍ରେମୀଯୁଗଳଙ୍କର ମୃତଦେହ ଉଦ୍ଧାର କରିଛି। ଗଂଜାମ ଜିଲ୍ଳାର ଦିଗପହଣ୍ଡି ଥାନା ଅନ୍ତର୍ଗତ କମଳାପୁର ଗାଁ କାଶୀବିଶ୍ୱନାଥ ମନ୍ଦିର ପଛପଟୁ ଏହି ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା।

ମୃତଦେହ ୨ଟିକୁ ପୁଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ କହିଛି, ଉଭୟ ଯୁବକ-ଯୁବତୀଙ୍କର ପରିଚୟ ମିଳଛି। ସେମାନେ ହେଲେ ଝିରିପଦର ଗାଁର ଏସ୍‌ ବିବାନ ରେଡ୍ଡୀ ଓ ଚୈତନ୍ୟପୁର ଗାଁର କେ. ଲକ୍ଷ୍ମୀ ରେଡ୍ଡୀ। ପାରିପାର୍ଶ୍ୱକ ଅବସ୍ଥାକୁ କେନ୍ଦ୍ର କରି ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଲକ୍ଷ୍ମୀ ଆଜି ଅପରହ୍ଣରେ ଔଷଧ କିଣିବାକୁ କହି ଦିଗପହଣ୍ଡି ଆସିଥିଲା। ଏହା ପରେ ଦିନ ୨ଟାରେ ସେ ଘରକୁ ଫୋନ୍‌ କରି କହିଥିଲା ଯେ, ପ୍ରେମିକ ସହିତ ବିଷପାନ କରି ଆତ୍ମହତ୍ୟା କରୁଛି। ପରେ ଲକ୍ଷ୍ମୀଙ୍କ ସହିତ ବିବାନଙ୍କ ମୃତଦେହ ମନ୍ଦିର ପଛପଟୁ ସନ୍ଧ୍ୟା ୫ଟାରେ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe