ଅନଲାଇନରୁ ଅର୍ଡର କରିଥିବା ଜୁସ ପ୍ୟାକେଟରୁ ବାହାରିଲା ମଲା ମୂଷା

ଅନଲାଇନରୁ ଅର୍ଡର କରିଥିଲେ ୨ଟି ଜୁସ ପ୍ୟାକେଟ। ଗୋଟିଏରୁ ବାହାରିଲା ମଲା ମୂଷା। ମୂଷା ବାହାରିବାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ।

ewrt

ଇନ୍ଦୋର: ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ସହରର ‌ବୋଲି କୁହାଯାଉଛି। ଭିଡିଓରେ ଏକ ମୃତ ମୂଷା ଫଳ ରସ ପ୍ୟାକେଟରେ ପଡ଼ିଥିବା ଦେଖିବାକୁ ମିଳୁଛି। 

ପୀଡିତ ଇନ୍ଦୋରର ଦ୍ୱାରକାପୁରୀ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିକାଶ ଗୋସ୍ୱାମୀ ନିଜ ସହିତ ଘଟିଥିବା ଏହି ଘଟଣାର ଏକ ଭିଡିଓ ତିଆରି ସୋସିଆଲ ମିଡିଆରେ ପୋଷ୍ଟ କରି ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ ଦୁଇଟି ଫଳରସ ପ୍ୟାକେଟଟିକୁ ମୁଁ ମଇ ୧ ତାରିଖରେ ଅନଲାଇନରେ ଅର୍ଡର କରିଥିଲି। ମଇ ୫ ତାରିଖରେ ଅର୍ଡର ପାଇବା ପରେ ଗୋଟିଏ ପ୍ୟାକେଟ ପିଇ ଅନ୍ୟଟିକୁ ଆମେ ଫ୍ରିଜରେ ରଖି ଦେଇଥିଲୁ। ତା’ପରଦିନ ପିଇବାକୁ ବାହାରିବା ସମୟରେ ପ୍ୟାକେଟଟି ବରଫ ହୋଇଯାଇଥିଲା।

ତେଣୁ ଖୋଳକୁ କାଟି ବାହାର କରି ଜୁସକୁ ତରଳାଉଥିବା ବେଳେ ସେଥିରେ ଏକ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଥିଲା। ମୁଁ ଏନେଇ କମ୍ପାନିର ମେଲରେ ଅଭିଯୋଗ ବି କରିଛି। କିନ୍ତୁ ଏଯାବତ ମୋତେ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନାହିଁ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe