ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ମିଳିବା ଘଟଣା : ଫେରାର ଯୁବକ ଧରାପଡ଼ିଲା, ଦିନ ତମାମ୍ ଜେରା

ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ମିଳିବା ଘଟଣା : ଫେରାର ଯୁବକ ଧରାପଡ଼ିଲା, ଦିନ ତମାମ୍ ଜେରା

ଆସିଲାନି କୋଭିଡ୍ ଟେଷ୍ଟ ରିପୋର୍ଟ, ହୋଇପାରିଲାନି ଶବ ବ୍ୟବଚ୍ଛେଦ
ତିନିଦିନ ବିତିଲା, ମୃତଦେହ ମିଳିବାରେ ବାଧକ ସାଜିଛି କରୋନା

ଭୁବନେଶ୍ବର : ଷ୍ଟେସନ ବଜାର ଦୁର୍ଗା ମଣ୍ଡପ ନିକଟରୁ ଡାଲା ଅଟୋରୁ ଚାଳକ ତଥା ମାଲିକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମୃତଦେହ ମିଳିବା ଘଟଣାରେ ତନାଘନା ଜାରି ରଖିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଗଣ୍ଡଗୋଳ ପରଠାରୁ ଫେରାର ଥିବା ଯୁବକୁ ଆଜି ଧରାପଡ଼ିଛି। ସମ୍ପୃକ୍ତ ଯୁବକକୁ ଥାନାକୁ ନେଇ ପୁଲିସ ଦିନତମାମ୍ ଜେରା କରିଛି। କେଉଁ କାରଣକୁ ନେଇ କୃଷ୍ଣଚନ୍ଦ୍ରଙ୍କ ସହ ଗଣ୍ଡଗୋଳ ହେଲା ଓ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ କାହିଁକି ଘରୁ ପଳାଇଥିଲେ ସେ ନେଇ ପୁଲିସ ପଚରାଉଚରା କରିଛି। ସମ୍ପୃକ୍ତ ଯୁବକଙ୍କ ଠାରୁ ପୁଲିସ ସନ୍ତୋଷଜନକ ଉତ୍ତର ପାଇପାରି ନାହିଁ। ଗତକାଲି ଜେରା କରିଥିବା ୩ ଯୁବକଙ୍କ ସହ ଆଜି ଧରା ପଡ଼ିଥିବା ଯୁବକଙ୍କୁ ଆସନ୍ତାକାଲି ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି। ଏହି ୪ ଯୁବକ କୃଷ୍ଣଚନ୍ଦ୍ରଙ୍କ ଗାଡ଼ିରେ ମଝିରେ ମଝିରେ ଶ୍ରମିକ ଭାବେ କାମ କରନ୍ତି। କେଉଁ କାରଣକୁ ନେଇ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ହୁଏତ ବକେୟା ଟଙ୍କା କିମ୍ବା ଅନ୍ୟ କୌଣସି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ରଙ୍କ ମୃତଦେହରୁ କୋଭିଡ୍ ପରୀକ୍ଷା ଲାଗି ସଂଗୃହୀତ ସ୍ବାବ୍ ରିପୋର୍ଟ ଆଜି ଆସିପାରି ନାହିଁ। ତେଣୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ରିପୋର୍ଟ ଆସିବ ବୋଲି ଅନୁମାନ କରାଯାଉଛି। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟଣାକୁ ତିନି ଦିନ ବିତି ଯାଇଥିଲେ ବି ପରିବାର ଲୋକ ମୃତଦେହ ପାଇବାରେ କରୋନା ବାଧକ ସାଜିଛି।

ସୂଚନାଯୋଗ୍ୟ, ଗତ ସୋମବାର ଅପରାହ୍ନରେ ଷ୍ଟେସନ ବଜାର ଦୁର୍ଗା ମଣ୍ଡପ ନିକଟରୁ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ତାଙ୍କ ନିଜ ଗାଡ଼ିରୁ ଉଦ୍ଧାର କରା ଯାଇଥିଲା। ଗତ ସୋମବାର ପୂର୍ବାହ୍ନରୁ କୃଷ୍ଣଚନ୍ଦ୍ର ନିଖୋଜ ଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। ସୋମବାର ସକାଳେ ଓ ରବିବାର ଚିନ୍ତାମଣିଶ୍ବର ଅଞ୍ଚଳର କିଛି ଯୁବକ ତାଙ୍କୁ ଧମକଚମକ ଦେବା ସହ ମାଡ଼ ମାରିଥିବାରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe