ଫ୍ଲାଟ୍‌ରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣା: ସୁସାଇଡ୍‌ ନୋଟ୍‌ରେ ଲେଖା ଅଛି- ମାରାତ୍ମକ ଗ୍ୟାସ୍‌, ଦିଆଶିଲି ଜଳାନ୍ତୁ ନାହିଁ

ଫ୍ଲାଟ୍‌ରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣା: ସୁସାଇଡ୍‌ ନୋଟ୍‌ରେ ଲେଖା ଅଛି- ମାରାତ୍ମକ ଗ୍ୟାସ୍‌, ଦିଆଶିଲି ଜଳାନ୍ତୁ ନାହିଁ

Image Courtesy of India Today

ନୂଆଦିଲ୍ଲୀ: ଭିତରେ ଅତି ମାରାତ୍ମକ ଗ୍ୟାସ୍‌ ‘କାର୍ବନ୍‌ ମନୋଅକ୍ସାଇଡ୍‌’ ରହିଛି। ଏହି ଗ୍ୟାସ୍ ଦହନଶୀଳ। ଝରକା ଖୋଲି ଓ ପଙ୍ଖା ଚଳାଇ କୋଠରିରେ ବାୟୁ ଚଳାଚଳ କରନ୍ତୁ। ଦିଆଶିଲି କାଠି, ମହମବତି କିଂବା କିଛି ଜଳାନ୍ତୁ ନାହିଁ। ବିପଜ୍ଜନକ ଗ୍ୟାସ୍‌ ଭରି ରହିଥିବାରୁ ପରଦା ଏଡ଼ାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଗ୍ୟାସ୍‌କୁ ଶୁଙ୍ଘନ୍ତୁ ନାହିଁ ବୋଲି ଶନିବାର ଦିନ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳର ଫ୍ଲାଟ୍‌ରେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ ହେଉଥିବା ମା ଓ ୨ ଝିଅଙ୍କ ପାଖରୁ ଇଂରାଜୀରେ ଲେଖାଥିବା ‘ସୁସାଇଡ୍‌ ନୋଟ୍‌ ମିଳିଛି ବୋଲି ପୁଲିସସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣ ଦିଲ୍ଲୀସ୍ଥିତ ସେମାନଙ୍କ ଫ୍ଲାଟ୍‌କୁ ‘ବିଷାକ୍ତ ଗ୍ୟାସ୍‌ ଚେମ୍ବର’ରେ ପରିଣତ କରିବା ପରେ ୫୦ରୁ ଊର୍ଦ୍ଧ୍ବ ବୟସ୍କା ଜଣେ ମହିଳା ଓ ତାଙ୍କର ୨ ଝିଅ ଅଣନିଶ୍ବାସୀ ହୋଇ ମରିଛନ୍ତି।

publive-image Image Courtesy of India Today

ମୃତା ମହିଳାଜଣକ ହେଉଛନ୍ତି ମଞ୍ଜୁ ଶ୍ରୀବାସ୍ତବ ଏବଂ ତାଙ୍କ ଦୁଇଝିଅ ଆଂଶିକା ଏବଂ ଅଙ୍କୁ। ତାଙ୍କ ଘରେ କାମ କରୁଥିବା ଲୋକ ଓ ପଡ଼ୋଶୀମାନେ ପୁଲିସକୁ କହିଛନ୍ତି ଯେ, ଗତବର୍ଷ ମଞ୍ଜୁଙ୍କ ସ୍ବାମୀ କୋଭିଡ୍‌ରେ ମରିଯିବା ପରେ ପରିବାରବର୍ଗ ଉଦ୍‌ବିଗ୍ନ ରହୁଥିଲେ। ମହିଳାଜଣକ ମଧ୍ୟ ଅସୁସ୍ଥ ହୋଇ ବହୁଦିନରୁ ବିଛଣାରେ ପଡ଼ି ରହିଥିଲେ।

କୋଠରିରୁ ଗ୍ୟାସ୍‌ ବାହାରି ନ ଯାଏ ଓ ସେମାନଙ୍କୁ ଯେମିତି କେହି ଦେଖି ନ ପାରନ୍ତି ସେଥିପାଇଁ ସବୁ କବାଟ, ଝରକା ଏବଂ ଭେଣ୍ଟିଲେଟର୍‌କୁ ଜରି ଭଳି ସାମଗ୍ରୀରେ ଅବରୋଧ କରାଯାଇଥିବା କଥା ମଧ୍ୟ ପୁଲିସ ଦେଖିଛି। ଏଥିପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ ଅନ୍‌ଲାଇନ୍‌ରେ ମଗାଯାଇଥିବା କଥା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।

ଉକ୍ତ ରେସିଡେନ୍‌ସିଆଲ୍‌ ସୋସାଇଟିର ସଭାପତି ଏମ୍‌. ଡେଭିଡ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ପରିବାର ଘରକୁ ‘ଧୂଆଁ ଚେମ୍ବର’ରେ ପରିଣତ କରି ପକାଇଥିଲେ।

ଫ୍ଲାଟ୍‌ ମଧ୍ୟକୁ ପ୍ରବେଶ କରି ପୁଲିସ ଦେଖିଲା ଯେ, ଗୋଟିଏ ବେଡ୍‌ରୁମ୍‌ରେ ତିନୋଟି ଶବ ପଡ଼ିଛି ଏବଂ ଶବ ପାଖରେ ‌କୋଇଲା ଜଳୁଛି। ଘଟଣା ସଂକ୍ରାନ୍ତରେ ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe