ବସ୍‌ ଭିତରେ ଦିବ୍ୟାଙ୍ଗକୁ ଦୁଷ୍କର୍ମ କରି ଚାଳକ ଫେରାର

Advertisment
ବସ୍‌ ଭିତରେ ଦିବ୍ୟାଙ୍ଗକୁ ଦୁଷ୍କର୍ମ କରି ଚାଳକ ଫେରାର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର  ବିଶାଖାପଟଣାରେ ଏକ ଘରୋଇ ବସ୍‌ ଭିତରେ ଜଣେ ଦିବ୍ୟାଙ୍ଗ ନାବାଳିକା ସହିତ ଦୁଷ୍କର୍ମ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

publive-image

ଏସପି ଜେ ରାମ ମୋହନା ରାବଙ୍କ କହିବାନୁସାରେ, ବିଶାଖାପଟଣାସ୍ଥିତ ଏକ ଘରୋଇ କମ୍ପାନିରେ  ପୀଡିତା ଦିବ୍ୟାଙ୍ଗ ମାଳି କାମ କରେ। ଏହି କମ୍ପାନିରେ ଅଭିଯୁକ୍ତ ଚକ ବିଶ୍ୱନାଥ(୪୫) ବସ୍‌ ଚାଳକ ଭାବେ କାମ କରେ। ଅଭିଯୁକ୍ତର ଘର ଶ୍ରୀକାକୁଲମ ଜିଲ୍ଲାରେ । ଡିସେମ୍ବର ୩୦ ସନ୍ଧ୍ୟାରେ ଡିୟୁଟି ଶେଷ ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବସ୍‌ ଭିତରକୁ ଡାକି ନେଇ ଅସଦାଚଣ କରିବା ସହିତ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ, ବସ୍‌ ଡ୍ରାଇଭର ଏହି କାଣ୍ଡ ଘଟାଇବା ପରେ ପୀଡିତାକୁ ଧମକ ଦେବା ସହିତ ଲାଞ୍ଚ ମଧ୍ୟ ଯାଚି ଥିଲା। ଏହି ସମୟରେ ପୀଡିତାଙ୍କ ସାଥୀରେ କାମ କରୁଥିବା ଅନ୍ୟମାନେ ତାକୁ ଖୋଜି ଖୋଜି ଘଟଣାସ୍ଥଳରେ ଆସି ପହଞ୍ଚି ଯାଇଥିଲେ। ସେମାନଙ୍କୁ ଦେଖି ଅଭିଯୁକ୍ତ ବସ୍‌ ଡ୍ରାଇଭର ବସ୍‌ ଭିତରୁ ତରବର ହୋଇ ବାହାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବସ୍‌ ଭିତରେ ପୀଡିତାକୁ ତାର ସାଥୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପୁଲିସରେ ବସ୍‌ ଚାଳକ ନାମରେ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ କରିଥିଲେ।

publive-image

ପୀଡ଼ିିତାର ପରିବାରବର୍ଗଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ବସ୍‌ ଚାଳକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୯ରେ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ଡାକ୍ତରି ମାଇନା ପାଇଁ ହସ୍‌ପିଟାଲ ପଠା ଯାଇଛି। ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe