ସମ୍ବଲପୁର: ଜିଲ୍ଲା କୃଷି କାର୍ଯ୍ୟାଳୟର ଡିଲିଙ୍ଗ ଆସିଷ୍ଟାଣ୍ଟ ସଚ୍ଚିଦାନନ୍ଦ ଦୋରା ମଙ୍ଗଳବାର ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ଡିଲିଙ୍ଗ ଆସିଷ୍ଟାଣ୍ଟ ଆଜି ଅପରାହ୍ଣରେ ଅଭିଯୋଗକାରୀଙ୍କ ଠାରୁ ସାର ଓ କୀଟନାଶକ ଔଷଧ ଦୋକାନର ଲାଇସେନ୍ସ କରାଇ ଦେବା କହି ଲାଞ୍ଚ ନେଉଥିଲେ।
ଡିଲିଙ୍ଗ ଆସିଷ୍ଟାଣ୍ଟ ଶ୍ରୀ ଦୋରାଙ୍କୁ ପାନେ ଦେବା ପାଇଁ ଭିଜିଲାନ୍ସ ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଯୋଜନା ଅନୁସାରେ ଆଜି ଅପରାହ୍ଣରେ ୭୦୦୦ ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଶ୍ରୀ ଦୋରାଙ୍କ ନିକଟରୁ ଲାଞ୍ଚ ଟଙ୍କା ମିଳିଥିଲା।
Follow Us