ଘରୋଇ ସହାୟିକାଙ୍କ ମୃତ୍ୟୁ

Advertisment

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ ୨୨ ତାଲା ନିକଟରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ଭିନ୍ନକ୍ଷମ ଯୁବତୀଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବତୀଙ୍କ ନାମ ପିଙ୍କି ପ୍ରଧାନ (୧୯)। ଘର ଗଞ୍ଜାମ ଜିଲ୍ଲା ଅଧୀନ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ। ପିଙ୍କି ଏହି ସେନା ଅଧିକାରୀଙ୍କ ଘରେ ଦୀର୍ଘ ବର୍ଷେ ହେବ କାମ କରୁଥିଲେ। ଆଜି ପିଙ୍କି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ହଠାତ୍‌ ଯନ୍ତ୍ରଣା ଅନୁଭବ କରିଥିଲେ। ପୁଲିସ ସୂଚନା ଅନୁଯାୟୀ ତୁରନ୍ତ ଚିକିତ୍ସା ଲାଗି ସଂପୃକ୍ତ ପରିବାର ତାଙ୍କୁ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ପାହାଳଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଛି।  ପରିବାର ଲୋକ ପହଞ୍ଚିବା ପରେ ଶବ ହସ୍ତାନ୍ତର ହେବ ବୋଲି ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏନେଇ କେସ୍‌ ୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe