ସାଙ୍ଗର ମୃତ୍ୟୁକୁ ଦେଖି ପାରିଲେ ନାହିଁ; ତିନିଜଣ ସାଙ୍ଗ ବିଷ ପିଇ କଲେ ଆତ୍ମହତ୍ୟା

Advertisment
ଆମ୍ବତୋଳୁଥିବା ବେଳେ ଗଛରୁ ଖସିପଡ଼ି ଯୁବତୀ ମୃତ

jknewspoint.com

ଡେରାଡୁନ: ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ଜଣ ଯୁବକଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି।

ପୁଲିସ୍‌ ଅଧିକାରୀ କୁଲଦୀପ ଶାହଙ୍କ କହିବାନୁସାରେ, ଶିକାର ପାଇଁ ଯାଇଥିବା ୫ ଜଣ ଯୁବକ ନିଜ ଗାଁ ପାଖରେ ଥିବା ଛୋଲା ଟକ ଜଙ୍ଗଲକୁ ବଣୁଆ ବତକର ଶିକାର କରିବାକୁ ଯାଇଥିଲେ।

ସେମାନେ ଜଙ୍ଗଲରେ ଯାଉଥିବା ବେଳେ ହଠାତ୍‌ ରାଜୀବ ସିଂହ ନାମକ ଯୁବକ ଗୁଳି ଲୋଡ୍‌ ହୋଇଥିବା ବନ୍ଧୁକ ଧରି ଥିଲେ। ଏହି ସମୟରେ ‌ସେ କୌଣସି କାରଣବଶତଃ ଝୁଣ୍ଟି ପଡ଼ିଥିଲେ। ଆଉ ଅଜଣାତରେ ସେ ଧରିଥିବା ବନ୍ଧୁ ଟ୍ରିଗର ଚିପି ହୋଇ ଯାଇଥିଲା। ବନ୍ଧୁକରୁ ବାହାରିଥିବା ଗୁଳି ସିଧା ୧୯ ବର୍ଷୀୟ ସନ୍ତୋଷ ପନୱରଙ୍କ ଦେହରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

घटना की सूचना मिलते ही घनसाली के उपजिलाधिकारी फिंचा राम चौहान टीम के साथ मौके के लिए रवाना हो गए जबकि शवों को पोस्टमार्टम के लिए भेज दिया गया है. (सांकेतिक तस्वीर)

ସନ୍ତୋଷ ପନୱରଙ୍କ ମୃତ୍ୟୁ ଦେଖି ତାଙ୍କ ସାଥୀରେ ଥିବା ଅନ୍ୟ ୩ଜଣ ଯୁବକ ସାଙ୍ଗର ମୃତ୍ୟୁକୁ ଗ୍ରହଣ କରି ନପାରିବା ସହିତ ଭୟଭୀତ ହୋଇ ବିଷ ଖାଇ ଆତ୍ମ ହତ୍ୟା କରି ଦେଇଥିଲେ।

ବିଷ ପିଇ ଆତ୍ମହତ୍ୟା କରିଥିବା ତିନିଜଣ ଯୁବକଙ୍କ ନାମ ପଙ୍କଜ ସିଂହ(୨୪), ଅର୍ଜୁନ ସିଂହ ପାୱର (୨୩) ଓ ସୋଭନ ସିଂହ ପାୱର (୨୩)  କୀଟନାଶକ ପିଇ ଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବେଲେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତିନିଜଣ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା।  ଏମାନଙ୍କ ସହିତ ଥିବା ୫ମ ଜଣ ଯୁବକର କୌଣସି ସନ୍ଧାନ ମିଳି ନାହିଁ। ତେବେ ରାଜୀବ ଧରିଥିବା ବନ୍ଧୁକ କେଉଁଠୁ ଆସିଲା ତା’ର ମଧ୍ୟ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe