୩ ମିନିଟ୍‌ରେ ଫୁଟିଥିଲା ୨୦୦ଗୁଳି, ଏମିତି ହୋଇଥିଲା ଦିଲ୍ଲୀର ସବୁଠାରୁ ବଡ଼ ଏନ୍‌କାଉଣ୍ଟର

Advertisment
୩ ମିନିଟ୍‌ରେ ଫୁଟିଥିଲା ୨୦୦ଗୁଳି, ଏମିତି ହୋଇଥିଲା ଦିଲ୍ଲୀର ସବୁଠାରୁ ବଡ଼ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁରରେ ଗତ ଶନିବାର ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏନ୍‌କାଉଣ୍ଟରରେ ୪ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍‌କାଉଣ୍ଟରରେ କିଛି ପୁଲିସ ବି ଆହତ ହୋଇଛନ୍ତି। ମୃତ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧି ରାଜେଶ ଭାରତୀ ବି ସାମିଲ ଅଛି। ଭାରତୀ ସମେତ ତାର ଗ୍ୟାଙ୍ଗର ୫ଜଣ ଅପରାଧୀ ଏନ୍‌କାଉଣ୍ଟରରେ ଗୁରୁତର ଆହତ ହୋଇଥିଲେ। ଏହି ଏନ୍‌କାଉଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଲିସ ୩ମିନିଟ୍‌ରେ ୧୫୦ଗୁଳି ଫୁଟାଇ ୫ଜଣ ଅପରାଧୀଙ୍କୁ ଗୁରୁତର ଆହତ କରି ପକାଇଥିଲା। ସେହିପରି ଅପରାଧୀଙ୍କ ପକ୍ଷରୁ ବି ୫୦ଗୁଳି ଫୁଟା ଯାଇଥିଲା।

publive-image

ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁରୁତର ଆହତ ହୋଇଥିବା ସମସ୍ତ ଅପରାଧୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ଜଣଙ୍କର ଚିକିତ୍ସା ଚାଲିଛି।

କୁଖ୍ୟାତ ଅପରାଧୀ ରାଜେଶ ଭାରତୀ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା। କେବଳ ଏତିକି ନୁହେଁ ସେ ହରିୟାଣା ପୁଲିସ କଷ୍ଟେଡିରୁ ବି ଫେରାର ହୋଇଯାଇଥିଲା। ଭାରତୀକୁ ଗିରଫ କରିବା ନେଇ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ଏନ୍‌କାଉଣ୍ଟରରେ ୬ଜଣ ପୁଲିସ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe