ବିବାହ ପୂର୍ବରୁ କନ୍ୟା ପକ୍ଷଙ୍କୁ ୧.୬୫କୋଟି ଦେଇଥିଲେ ପୁନିତଙ୍କ ବାପା, କାରଣ...

ବିବାହ ପୂର୍ବରୁ କନ୍ୟା ପକ୍ଷଙ୍କୁ ୧.୬୫କୋଟି ଦେଇଥିଲେ ଆତ୍ମହତ୍ୟା କରିଥିବା ପୁନିତ ଖୁରାନାଙ୍କ ବାପା। ବିବାହ ପରେ ଟଙ୍କା ଫେରାଇବା ପରିବର୍ତ୍ତେ ମନିକାଙ୍କ ବାପା ସମ୍ପତ୍ତି କିଣିଥିଲେ ବୋଲି ଜଣାପଡ଼ିଛି।

ରୀଯାହେ୮୦୯

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ଜୀବନ ହାରିଥିଲେ ଦିଲ୍ଲୀରେ ରହୁଥିବା ଯୁବକ । ବ୍ୟବସାୟରେ ଭାଗବଣ୍ଟାକୁ ନେଇ ଦୁହେଁ ଝଗଡ଼ା କରିଥବା ବେଳେ ମୃତକ ରାଗରେ ଏଭଳି କରିଥିବା ଜଣାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ୪୦ବର୍ଷୀୟ ପୁନିତ ଖୁରାନାଙ୍କ ମୃତଦେହ ମିଳିଥିବା ବେଳେ ପୁନିତଙ୍କ ମା’ ତାଙ୍କ ପତ୍ନୀ ମନିକା ଜଗଦୀଶ ପାହୱାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ।

"ମନିକା ପାହୱା, ତାଙ୍କ ବାପାମାଆ ଏବଂ ତାଙ୍କ ଭଉଣୀ ପୁନିତଙ୍କ ଉପରେ ଚାପ ପକାଉଥିଲେ ଏବଂ ତାକୁ ତାତ୍ସଲ୍ୟ କରୁଥିଲେ। 'ତୁମେ କିଛି କରିପାରିବ ନାହିଁ। ସାହସ ଅଛି ଯଦି ଆତ୍ମହତ୍ୟା କରି ମରିଯାଅ' ବୋଲି କହି ତାକୁ ଉସୁକାଇଥିଲେ" ବୋଲି କହିଥିଲେ ପୁନିତଙ୍କ ମା’। ଏବେ ପୁନିତଙ୍କ ବାପା ମନିକାଙ୍କ ପରିବାର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି।

ସେ କହିଛନ୍ତି ଯେ, "ପ୍ରାୟ ୭-୮ ବର୍ଷ ପୂର୍ବେ ମୋ ପୁଅର ବିବାହ ପୂର୍ବରୁ ମନିକାର ବାପା ଜଗଦୀଶ ପାହୱା ମୋଠାରୁ ୧.୩୫ କୋଟି ଟଙ୍କା ନେଇଥିଲେ। ପରେ, ମୁଁ ତାଙ୍କୁ କିସ୍ତିରେ ଅତିରିକ୍ତ ୩୦ ଲକ୍ଷ ଟଙ୍କା ଦେଇଥିଲି। ସେ କହିଥିଲେ ଯେ ସେ ଆର୍ଥିକ ଚାପରେ ଅଛନ୍ତି ଏବଂ ଅନ୍ୟମାନଙ୍କଠାରୁ ଟଙ୍କା ଋଣ ନେଇଛନ୍ତି। ଏହାକୁ ସୁଝିବା ପାଇଁ ସେ ମୋଠାରୁ ଟଙ୍କା ନେଇଥିବା ବେଳେ ସୁଧ ସହିତ ଟଙ୍କା ପରିଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମନିକା ଓ ପୁନିତଙ୍କ ବିବାହ ହୋଇଥିଲା। ବିବାହର ୨ମାସ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହା ପରଠାରୁ ପରିବାର‌ରେ ଶାନ୍ତି ଆଉ ଫେରିନଥିଲେ। ‌ଯେତେବେଳେ ମନିକା ଓ ପୁନିତ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଲେ ସେତେବେଳେ ଜଗଦୀଶ ନେଇଥିବା ଟଙ୍କାରେ ଜମି କିଣିଦେଇଥିଲେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe