ଜୀବନ ହାରିବାକୁ ମୋ ପୁଅକୁ ଚ୍ୟାଲେଞ୍ଜ କରିଥିଲା ବୋହୂ: ପୁନିତଙ୍କ ମା’

ଦିଲ୍ଲୀର କାଫେ ମାଲିକ ପୁନିତ ଖୁରାନାଙ୍କ ଆତ୍ମହତ୍ୟା ପରେ ପତ୍ନୀଙ୍କ ଉପରେ ବର୍ଷିଲେ ପରିବାର। ଜୀବନ ହାରିବାକୁ ପୁନିତଙ୍କୁ ମନିକା ଚ୍ୟାଲେଞ୍ଜ କରିଥିଲା ବୋଲି କହିଛନ୍ତି ପରିବାର ଲୋକେ।

xkclknlsknsn

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ଜୀବନ ହାରିଛନ୍ତି ଦିଲ୍ଲୀରେ ରହୁଥିବା ଯୁବକ । ବ୍ୟବସାୟରେ ଭାଗବଣ୍ଟାକୁ ନେଇ ଦୁହେଁ ଝଗଡ଼ା କରିଥବା ବେଳେ ମୃତକ ରାଗରେ ଏଭଳି କରିଥିବା ଜଣାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ୪୦ବର୍ଷୀୟ ପୁନିତ ଖୁରାନାଙ୍କ ମୃତଦେହ ମିଳିଥିବା ଅଭିଯୋଗ ହୋଇଛି। ଏମଧ୍ୟରେ ପୁନିତଙ୍କ ମା’ ତାଙ୍କ ପତ୍ନୀ ମନିକା ଜଗଦୀଶ ପାହୱାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି।

ପୁନିତଙ୍କ ପରିବାର ଆରୋପ ଲଗାଇଛନ୍ତି ଯେ, "ମନିକା ପାହୱା, ତାଙ୍କ ବାପାମାଆ ଏବଂ ତାଙ୍କ ଭଉଣୀ ପୁନିତଙ୍କ ଉପରେ ଚାପ ପକାଉଥିଲେ ଏବଂ ତାକୁ ତାତ୍ସଲ୍ୟ କରୁଥିଲେ। 'ତୁମେ କିଛି କରିପାରିବ ନାହିଁ। ସାହସ ଅଛି ଯଦି ଆତ୍ମହତ୍ୟା କରି ମରିଯାଅ' ବୋଲି କହି ତାକୁ ଉସୁକାଇଥିଲେ। ପୁନିତ ତା’ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସୁଟ୍ କରିଛି। ଭିଡିଓ ତାଙ୍କ ଫୋନରେ ଅଛି। ଭିଡିଓରେ ସେ ସବୁକିଛି କହିଛି। କିପରି ମନିକା ଏବଂ ତାଙ୍କ ବାପାମାଆ ତାଙ୍କୁ ମାନସିକ ଚାପ ଦେଇଥିଲେ। ସେମାନେ ଆମକୁ ଘରୁ ବାହାର କରିଦେବାକୁ ଧମକ ଦେଇଥିଲେ ଏବଂ ପୁଅ ସହ ଖରାପ ବ୍ୟବହାର କରି ଚାଲିଥିଲେ।"

ପୁନୀତ ଏବଂ ମନିକାଙ୍କ ମଧ୍ୟରେ ବ୍ୟବସାୟିକ ବିବାଦ ବିଷୟରେ ପଚରାଯିବାରୁ ସେ କହିଥିଲେ, "ସେମାନେ ପୂର୍ବରୁ ସହଭାଗୀତାରେ ଏକ କେକ୍ ଦୋକାନ ଚଳାଉଥିଲେ। କିନ୍ତୁ ଯେତେବେଳେ ଛାଡପତ୍ର ପାଇଁ ଅବେଦନ କରାଗଲା, ସେତେବେଳେ ନିଷ୍ପତ୍ତି ନିଆଯାଇ ଲିଖିତ ଭାବରେ ରଖାଯାଇଥିଲା ଯେ ପୁନୀତ ଗଡ୍ସ ବେକରି ପରିଚାଳନା କରିବେ ଏବଂ ମନିକା ଉଡବକ୍ସ କାଫେ ଚଳାଇବେ। ଏହା ପରେ ମଧ୍ୟ, ମନିକା ବାରମ୍ବାର ଗଡ୍ସ ବେକରିରୁ ସେୟାର ଚାହୁଥିଲେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe