ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ଉଦ୍ଧାର କଲା ପୁଲିସ

Advertisment
ମେଟାର ବଡ଼ ଘୋଷଣା; ଏବେ ବଦଳିବ ଫେସବୁକ୍‌ର ଚେହେରା, ନୂଆ ରୂପରେ ଆସିବ ନ୍ୟୁଜ୍ ଫିଡ୍

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସଠିକ ସମୟରେ ଉଦ୍ଧାର କରିଥିଲା।

ଭିଡିଓରେ ବ୍ୟକ୍ତି ଜଣକ କୌଣସି ଏକ ଔଷଧର ମାତ୍ରାଧିକ ସେବନ କରି ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଡେପୁଟି କମିଶନର ଅଫ୍ ପୁଲିସ(ସାଇପ୍ୟାଡ୍) କେପିଏସ୍ ମଲହୋତ୍ରା କହିଛନ୍ତି, ଯେ ଫେସବୁକରୁ ଏକ ଜରୁରୀ ବାର୍ତ୍ତା ଆସିଥିଲା କି ଜଣେ ବ୍ୟକ୍ତି ରାତି ୧.୩୦ ରେ ଆତ୍ମହତ୍ୟା ଉଦ୍ୟମ କରି ଲାଇଭ୍ ଭିଡିଓ ପୋଷ୍ଟ କରିଛନ୍ତି। ଫେସବୁକରୁ ରାତି ପ୍ରାୟ ୨ ଟା ସମୟରେ ସେ ଏହି ଇ-ମେଲ ପାଇଥିଲେ। ଏହା ପରେ ଦିଲ୍ଲୀ ପୁଲିସର ସାଇବର ସେଲ ୟୁନିଟ୍ ତଦନ୍ତ ଆରମ୍ଭ କରିଥିଲା।

ଡିସିପି କହିଛନ୍ତି ଯେ ସେମାନେ ପ୍ରଥମେ ଏକ ନମ୍ବର ପାଇବାରେ ସଫଳ ହୋଇଥିଲେ, ଯାହା ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିଲା ଏବଂ ପଶ୍ଚିମ ଦିଲ୍ଲୀର ରାଜୌରି ବଗିଚାରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ।

ଏହି ସୂଚନା ଦିଲ୍ଲୀ ପୁଲିସର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଜିଲ୍ଲାମାନଙ୍କ ସହ ସେୟାର କରାଯାଇଥିଲା । ଏହାପରେ ରାଜୌରୀ ଗାର୍ଡେନ ପୁଲିସ ଷ୍ଟେସନ ଉକ୍ତ ବ୍ୟକ୍ତିଙ୍କ  ବାସଭବନର ଠିକଣା ପାଇ ଅପରାହ୍ନ ୩.୧୫ରେ ବ୍ୟକ୍ତିଙ୍କୁ ଅଧା ଚେତା ଥିବା ଅବସ୍ଥା‌ରେ ଉଦ୍ଧାର କରିଥିଲା।

ଯାଞ୍ଚ ବେଳେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ପୁଲିସକୁ କହିଥିଲେ ଯେ ସେ ଥାଇରଏଡ ଚିକିତ୍ସାରେ ବ୍ୟବହୃତ ପ୍ରାୟ ୫୦ ବୋତଲ ସିରପ ପିଇ ଦେଇଥିଲେ। ତାଙ୍କ ପତ୍ନୀ ତାଙ୍କୁ ପ୍ରାୟ ତିନି ବର୍ଷ ପୂର୍ବେ ଛାଡି ଚାଲିଯାଇଛନ୍ତି। ସେ ଗତ ବର୍ଷ ଚାକିରି ହରାଇଛନ୍ତି ବୋଲି ଡିସିପି କହିଛନ୍ତି।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଚିନ୍ତାରେ ରହୁଥିଲେ । ସେ ପୂର୍ବରୁ ଡିପ୍ରେସନର ଚିକିତ୍ସା ପାଇଁ ଔଷଧ ଖାଉଥିବା ଜଣାପଡ଼ିଛି।

ଭୋପାଳରେ ରହୁଥିବା ତାଙ୍କ ପତ୍ନୀଙ୍କୁ ଏସମ୍ପର୍କରେ ସୂଚନା ‌ଦିଆଯାଇଥିଲେ ହେଁ ସେ ଆସିବାକୁ ମନା କରି ଦେଇଥିଲେ। ତେବେ ପୀଡିତଙ୍କୁ ତାଙ୍କ ଶାଶୁ ଚାପ ପକାଇବାରୁ ସେ ଏପରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି।

ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଦିନ ଦିୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା‌ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe