ବନ୍ଧୁକ ମୁନରେ ୧କୋଟିରୁ ଊର୍ଧ୍ବ ଟଙ୍କା ଲୁଟ ପରେ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିବାକୁ ଯାଇଥିଲା ଚୋର

Advertisment
ବନ୍ଧୁକ ମୁନରେ ୧କୋଟିରୁ ଊର୍ଧ୍ବ ଟଙ୍କା ଲୁଟ ପରେ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିବାକୁ ଯାଇଥିଲା ଚୋର

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଉତ୍ତର ଜିଲ୍ଲା ପୁଲିସ ଏକ ବଡ ଡକାୟତି ମାମଲାର ଫର୍ଦାଫାସ କରିଥିବା ଦାବି କରିଛି।  ଲୁଟେରା ଫେବୃଆରି ୨ ତାରିଖରେ ଦିଲ୍ଲୀର କୁଚା ମହାଜନୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୧କୋଟି ୧୫ଲକ୍ଷ ନଗଦ ଟଙ୍କା ଏବଂ କିଛି ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଥିଲା। ଏହି ଲୁଟର ସୂଚନା ପାଇବା ମାତ୍ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଲୁଟ ଘଟଣାର ସମାଧାନ ପାଇଁ ଅନେକ ଦଳ ଗଠନ କରାଯାଇଥିଲା । ପୁଲିସ ସିସିଟିଭି ଫୁଟେଜ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା।

ଏହି ଫୁଟେଜ ଆଧାରରେ ପୁଲିସ ଲୁଟ ଘଟଣାରେ ବ୍ୟବହୃତ ସ୍କୁଟିକୁ ଜବତ କରିଥିଲା । ବିଶେଷ ସୂତ୍ରରୁ ପୁଲିସ ସୂଚନା ପାଇଥିଲା କି ତିନିରୁ ଚାରିଜଣ ଯୁବକ ଲଗାତାର ଦୁଇରୁ ତିନି ଦିନ ଧରି ମଦ ଦୋକାନରୁ ଦାମୀ ମଦ କିଣୁଛନ୍ତି । ଏହି ସୂଚନା ଆଧାରରେ ଅଭିଯୁକ୍ତ ଯୁବକମାନେ ରହୁଥିବା ଘରେ ପୁଲିସ ପହଞ୍ଚିଥିଲା।

ପୁଲିସ ପ୍ରଥମେ ତିନିଜଣଙ୍କୁ ପଚରାଉଚରା କରିଥିଲା ଏବଂ ପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁଲିସ ତଦନ୍ତ ଜାରି ରଖିଛି।  ଲୁଟେରାଙ୍କ ଠାରୁ  ପୁଲିସ ୧ କୋଟି ୨୬ଲକ୍ଷ ମୂଲ୍ୟର ନଗଦ ଟଙ୍କା ଏବଂ ଅଳଙ୍କାର ଜବତ କରିଛି | ଅଭିଯୁକ୍ତ ଲୁଟ୍ କରିଥିବା ଟଙ୍କାରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଖାଟୁ ଶ୍ୟାମ ଜୀଙ୍କୁ ଦର୍ଶନ କରି ଏକଲକ୍ଷ ଟଙ୍କା ଦାନ କରିଥିବା ବି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe