ରାଗରେ ସ୍ବାମୀଙ୍କ ଗୁପ୍ତାଙ୍ଗ କାଟି ଫେରାର ହୋଇଗଲେ ସ୍ତ୍ରୀ

ଉତ୍ତରଦିଲ୍ଲୀର ରୂପ ନଗର ଅଞ୍ଚଳରେ ବସବାସ କରୁଥିବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ସ୍ତ୍ରୀ ସ୍ବାମୀଙ୍କ ଗୁପ୍ତାଙ୍ଗ କାଟି ଘଟଣାସ୍ଥଳରୁ ହୋଇଯାଇଛନ୍ତି ଫେରାର।

3e

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତରଦିଲ୍ଲୀର ରୂପ ନଗର ଅଞ୍ଚଳରେ ବସବାସ କରୁଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା। ଏଥିରେ ସ୍ତ୍ରୀ ରାଗି ଯାଇ ସ୍ବାମୀଙ୍କ ଗୁପ୍ତାଙ୍ଗ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। ଗତ ରାତିରେ ବି ସ୍ବାମୀ ସ୍ତ୍ରୀ ଝଗଡ଼ା ଲାଗିଥି‌ଲା। ଏଥିରେ ସ୍ତ୍ରୀ ଜଣକ ରାଗି ଯାଇ ସ୍ବାମୀଙ୍କ ଗୁପ୍ତାଙ୍ଗ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ବାମୀ ଯନ୍ତ୍ରଣାରେ ଡକା ପକାଇବା ସହିତ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି  ପୀଡ଼ିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ଏବେ ସେ ବିପଦମୁକ୍ତ ଅଛନ୍ତି। 
ପୁଲିସ ଫେରାର ସ୍ତ୍ରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ପୀଡ଼ିତଙ୍କ ବୟାନ ରେକର୍ଡ ପାଇଁ ପୁଲିସ ଅପେକ୍ଷା କରିଛି। ଡାକ୍ତରଙ୍କ ଅନୁମତି ମିଳିଲେ ପୀଡ଼ିତଙ୍କ ବୟାନ ରେକର୍ଡ କରାଯିବ।

ଅଧିକପଢ଼ନ୍ତୁ:ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଫ୍ୟାସନ ଡିଜାଇନର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe