ନୂଆଦିଲ୍ଲୀ: ଦିଲ୍ଲୀର ମୋଷ୍ଟ ଓ୍ଵାଣ୍ଟେଡ୍ ରାଜେଶ ଭାରତୀ ସମେତ ୪ ଜଣ ଗ୍ୟାଙ୍ଗ୍ଷ୍ଟର ଆଜି ପୁଲିସ ଗୁଳିରେ ନିହତ ହୋଇଛି । ଦିଲ୍ଲୀ ପୁଲିସ ଆତଙ୍କବାଦୀ ନିରୋଧ ଟିମ୍ର ଏକ ସ୍ୱତନ୍ତ୍ର ପୁଲିସ ଦଳ ଆଜି ଫତେପୁର ବେରିର ଛତ୍ରପୁର ନିକଟସ୍ଥ ଚନନ୍ ହୋଲା ଗ୍ରାମରେ ରାଜେଶ ଏବଂ ତା’ର ଅନ୍ୟ ସହଯୋଗୀମାନଙ୍କୁ ଏକ ଫାର୍ମହାଉସ୍ରେ ଠାବ କରିଥିଲେ। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଓଲଟା ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ତେଣୁ ଦିଲ୍ଲୀ ପୁଲିସର ପାଲଟା ଜବାବରେ ୪ ଜଣ ଗ୍ୟାଙ୍ଗ୍ଷ୍ଟର ଘଟଣାସ୍ଥଳରେ ହିଁ ନିହତ ହୋଇଥିଲେ। ଏହି ଏନ୍କାଉଣ୍ଟରରେ ୪ ଜଣ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
ଦିଲ୍ଲୀରେ ଏନ୍କାଉଣ୍ଟର: ୪ ଗ୍ୟାଙ୍ଗ୍ଷ୍ଟର୍ ନିହତ
Advertisment
Follow Us