Photo Credit: Getty Images
ନୂଆଦିଲ୍ଲୀ: ଚଳଚ୍ଚିତ୍ର କିମ୍ବା ଧାରାବାହିକ ଦ୍ୱାରା ପ୍ରଭାବିତ ହୋଇ ପୂର୍ବରୁ ଅନେକ ଲୋକ ଅନେକ ଧରଣର କାମ କରିଥିବାର ଉଦାହରଣ ରହିଛି। ନିକଟରେ ବି ସେପରି କିଛି ଘଟିଛି। ଦିଲ୍ଲୀର ତିନି ଜଣ ବ୍ୟକ୍ତି ଏକ ହଲିଉଡ୍ ଚଳଚ୍ଚିତ୍ରରୁ ବ୍ୟାଙ୍କ୍ ଲୁଟ୍ ଦୃଶ୍ୟ ଦେଖି ପ୍ରଭାବିତ ହୋଇ ନିଜେ ବ୍ୟାଙ୍କ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। ଏହି ୩ ଜଣ ହଲିଉଡ୍ ଚଳଚ୍ଚିତ୍ର ‘ବେବି ଡ୍ରାଇଭର୍’ ଦେଖିବା ପରେ ସେମାନଙ୍କ ମୁଣ୍ଡରେ ବ୍ୟାଙ୍କ୍ ଲୁଟ୍ କରିବାର ବୁଦ୍ଧି ପଶିଥିଲା। ଦୁର୍ବୃତ୍ତମାନେ ଜୁଲାଇ ୨ ତାରିଖରେ ଶାହଦାରାର କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ରୁ ଲୁଟ୍ ଉଦ୍ୟମ କରିଥିଲେ।
ଅଭିଯୁକ୍ତମାନେ ହେଉଛନ୍ତି ୨୫ ବର୍ଷିଅ ପ୍ରାଭଜୋତ୍ ସିଂହ, ୧୯ ବର୍ଷିଅ ଶୁକଦେବ ସିଂହ ଏବଂ ତୃତୀୟ ଜଣକ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି।
India Todayରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରାଭଜୋତ୍ ସିଂହ। ତାଙ୍କ କପଡ଼ା ବେପାର ମାନ୍ଦା ହେବା ପରେ ବ୍ୟାଙ୍କ୍ ଲୁଟ୍ କରିବାର ସବୁତକ ଷଡ଼ଯନ୍ତ୍ର ସେ ରଚିଥିଲେ। ଅନ୍ୟ ଦୁଇ ଜଣ ତାଙ୍କୁ ସମର୍ଥନ କରିଥିଲେ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ୍ର ସିସିଟିଭି ଫୁଟେଜ୍ରେ ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିବା ହେତୁ ପୁଲିସ୍କୁ ଖସି ପଳାଇଥିବା ଅଭିଯୁକ୍ତକୁ ଖୋଜି ପାଇବାରେ ସୁବିଧା ହେବ। ତୃତୀୟ ଅଭିଯୁକ୍ତ ଜଣକ କେଉଁ ପଟେ ଖସି ପଳାଇଛି ତାହା ମଧ୍ୟ କ୍ୟାମେରରେ କଏଦ ହୋଇଛି।
Follow Us