ଗିରଫ ହେଲେ ପୁଲିସ ପରିଚୟ ଦେଇ ଆପାର୍ଟମେଣ୍ଟ୍‌ ପାହାଚରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଯୁବକ

ରାଜସ୍ଥାନ: ୮ ବର୍ଷୀୟା ବାଳିକାକୁ ଡ୍ରାଇଭର ଓ ତା’ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Image Courtesy of India Today

ନୂଆଦିଲ୍ଲୀ: ପୁଲିସ ଅଫିସର୍‌ ବୋଲି ପରିଚୟ ଦେଇ ଦିଲ୍ଲୀର ପ୍ରଶାନ୍ତ ବିହାର ଅନ୍ତର୍ଗତ ଆପାର୍ଟମେଣ୍ଟ୍‌ ବାହାରେ ଜୁଲାଇ ୭ରେ ଜଣେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ଆଜି ପୁଲିସ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଜୁଲାଇ ୭ ତାରିଖ ବିଳମ୍ବିତ ସନ୍ଧ୍ୟା ବେଳେ ଘଟିଥିଲା। ଯୁବତୀଜଣକ ବୟଫ୍ରେଣ୍ଡ୍‌ଙ୍କ ସହିତ ଗୋଟାଏ କାର୍‌ରେ ବସିଥିଲେ। ସେ ସମୟରେ ରବି ସୋଲାଙ୍କି (ଦୁଷ୍କର୍ମ ଅଭିଯୁକ୍ତ) ମ‌ୋବାଇଲ୍‌ ଫୋନ୍‌ କ୍ୟାମେରାଦ୍ବାରା ଗୁପ୍ତରେ ଦୁହିଁଙ୍କ ଭିଡିଓ ଉଠାଇଥିଲେ। ଉଲ୍ଲେଖଯୋଗ୍ୟ, କାର୍‌ର ‘ସାଇଡ୍‌ ମିରର୍‌’ରେ ସେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ପ୍ରତିଛବି ଦିଶୁଥିଲା।

କିଛି ସମୟ ପରେ ବୟଫ୍ରେଣ୍ଡ୍‌ ସେ ଯୁବତୀଙ୍କୁ ତା’ଙ୍କ ଆପାର୍ଟମେଣ୍ଟ୍‌ ସମ୍ମୁଖରେ ଓହ୍ଲାଇ ଦେଇ ଚାଲିଗଲେ। ବାଇକ୍‌ ଯୋଗେ ସେମାନଙ୍କୁ ଅନୁସରଣ କରି ଅଭିଯୁକ୍ତ ରବି ସୋଲାଙ୍କି ସେଠାରେ ପହଞ୍ଚି ବାଇକ୍‌ ଉପରେ ବସିଥିଲେ। ଯୁବତୀଜଣକ ଆପାର୍ଟମେଣ୍ଟ୍‌ ପରିସରକୁ ପ୍ରବେଶ କରିବାରୁ ରବି ମଧ୍ୟ ତାଙ୍କ ପଛେ ପଛେ ଗଲେ।

A sketch of the accused

ସେ ଯୁବତୀ ଏକୁଟିଆ ଆପାର୍ଟମେଣ୍ଟ୍‌ ସିଡ଼ି ଚଢୁଥିବା ଦେଖି ରବି ନିଜକୁ ଜଣେ ପୁଲିସ ଅଫିସର ବୋଲି କହି ରେକର୍ଡ କରିଥିବା ଭିଡିଓ ଦେଖାଇ ଥିଲେ। ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଇ ରବି ସେଇ ପାହାଚ ଉପରେ ହିଁ ସେ ଯୁବତୀଙ୍କ ସହିତ ଦୁଷ୍କର୍ମ କଲେ।

ତୁରନ୍ତ ଯୁବତୀଜଣକ ତାଙ୍କ ବୟଫ୍ରେଣ୍ଡ୍‌କୁ ଫୋନ୍‌ କରି ଘଟଣା ସଂକ୍ରାନ୍ତରେ ଅବଗତ କରାଇଲେ। ମହିଳାଙ୍କ ପରିବାର ଲୋକଙ୍କ ସହିତ ମିଶି ବୟଫ୍ରେଣ୍ଡ୍‌ ଥାନାକୁ ଯାଇ ଅଭିଯୋଗ ଫାଇଲ୍‌ କଲେ।

‘ସିସିଟିଭି’ ଫୁଟେଜ୍‌ ଜରିଆରେ ପୁଲିସ ଅଭିଯୁକ୍ତଙ୍କୁ ତଲାସ କଲା। ଏହାଛଡ଼ା, ଯୁବତୀଙ୍କ ବର୍ଣ୍ଣନା ଅନୁଯାୟୀ ପୁଲିସ ଅଭିଯୁକ୍ତଙ୍କର ‘ସ୍କେଚ୍‌’ ପ୍ରସ୍ତୁତ କଲା। ପରିଶେଷରେ ପୁଲିସ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe