ପତ୍ନୀକୁ ହତ୍ୟା କରିବା ପରେ ରକ୍ତ ଲଗା ଛୁରି ଧରି ହସ୍ପିଟାଲ୍‌ରେ ପହଞ୍ଚି ଅପରାଧ ସ୍ବୀକାର କଲେ ସ୍ବାମୀ

Advertisment
ପତ୍ନୀକୁ ହତ୍ୟା କରିବା ପରେ ରକ୍ତ ଲଗା ଛୁରି ଧରି ହସ୍ପିଟାଲ୍‌ରେ ପହଞ୍ଚି ଅପରାଧ ସ୍ବୀକାର କଲେ ସ୍ବାମୀ

indiatoday

ନୂଆଦିଲ୍ଳୀ: ଦିଲ୍ଳୀର ମଙ୍ଗଲପୁରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିବା ପ‌ରେ ଉକ୍ତ ରକ୍ତ ଜର୍ଜରିତ ଛୁରିକୁ ଧରି ନିଜର ଅପରାଧ ସ୍ବୀକାର କରିବାକୁ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଛନ୍ତି।

ଅଭିଯୁକ୍ତ ଜଣକ ହେଉଛନ୍ତି ସମୀର। ସେ ନିଜ ଅପରାଧ ସ୍ବୀକାର କରିବା ପରେ ମଙ୍ଗଲପୁରି ପୁଲିସ୍‌ ତାଙ୍କୁ ତୁରନ୍ତ ଗିରଫ କରି ଘଟଣାର ତଦନ୍ତ ଆାରମ୍ଭ କରିଛି।

ତେବେ ସମୀର ତାଙ୍କ ପତ୍ନୀ ଶବାନାଙ୍କୁ ଛୁରି ଭୁସିବା ପରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶବାନାଙ୍କର ମୃତ୍ୟୁ ଘଟିଛି।

ଶନିବାର ସକାଳେ  ପତ୍ନୀ ଶବାନାଙ୍କ ସହ ସମୀରଙ୍କର ତୀବ୍ର ଯୁକ୍ତି ତର୍କ ହେବା ପରେ ସମୀର ତାଙ୍କ ପତ୍ନୀଙ୍କୁ ଛୁରୀରେ ଆକ୍ରମଣ କରିଥିବା ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ ବୟାନ ଅନୁସାରେ ସେମାନେ ମଙ୍ଗୋଲପୁରିରେ ଥିବା ସମୀରଙ୍କ ବାସଭବନକୁ ଲାଗି କରି ରହିଥିବା ଏକ ଦୋକାନରେ ଶବାନାଙ୍କ ରକ୍ତ ଜର୍ଜରିତ ଶରୀର ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ସମୀରଙ୍କୁ ପଚରାଉଚରା କରିବାକୁ ଜାଣିବାକୁ ମିଳିଛି ଯେ ସେ ବେରୋଜଗାର ଓ ମଦ୍ୟପ ଥିବା କାରଣରୁ ଅଧିକାଂଶ ସମୟ ନିଜ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe