ରେଳ ଧାରଣା ଉପରେ ପିଲାକୁ ପରିସ୍ରା କରାଉଥିବା ବାପାଙ୍କୁ ଲୋକଙ୍କ ପ୍ରଶ୍ନ, ଏହା ଉଚିତ ଶିକ୍ଷା କି ଆଜ୍ଞା?

ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଜଣେ ବ୍ୟକ୍ତି ତାଙ୍କ ଛୋଟ ପିଲାକୁ ପ୍ଲାଟଫର୍ମ ପାର୍ଶ୍ବରେ ଛିଡ଼ା କରି ରେଳ ଧାରଣାରେ ପରିସ୍ରା କରାଇଥିଲେ। ଏହି ଘଟଣାରକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଏହା ଉଚିତ ଶିକ୍ଷା କି ଆଜ୍ଞା?

New Project (8)

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏକ ଲଜ୍ଜାଜନକ ଘଟଣାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି।

ଘଟଣାଟି ହେଉଛି ଏପରି, ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଜଣେ ବ୍ୟକ୍ତି ତାଙ୍କ ଛୋଟ ପିଲାକୁ ପ୍ଲାଟଫର୍ମ ପାର୍ଶ୍ବରେ ଛିଡ଼ା କରି ରେଳ ଧାରଣାରେ ପରିସ୍ରା କରାଇଥିଲେ।

ଭିଡିଓଟିକୁ ଦେଖିବା ପରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭିଡିଓରେ ବି ସ୍ପଷ୍ଟ ଭାବେ  ଦେଖିବାକୁ ମିଳୁଛି ଟ୍ରେନ ଆସିବା ପୂର୍ବରୁ ଜଣେ ବାପା ତାଙ୍କ ପିଲାକୁ ପ୍ଲାଟଫର୍ମ ପାର୍ଶ୍ବରେ ଆଣି ଛିଡ଼ା କରାଇ ପରିସ୍ରା କରାଉଛନ୍ତି।

ଦୂରରୁ ଥାଇ ଏହି ଘଟଣାର ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ଜଣକ କହୁଛନ୍ତି... ଦେଖନ୍ତୁ, ଏହି ବ୍ୟକ୍ତି ତାଙ୍କ ପିଲାକୁ ଏଠାରେ ପରିସ୍ରା କରିବାକୁ ଦେଉଛନ୍ତି, ଏଥିରେ ପିଲାଟିର କୌଣସି ଦୋଷ ନାହିଁ। ଦୋଷ ତ ତା’ପାଖରେ ଛିଡ଼ା ହୋଇଥିବା ବାପାଙ୍କର। କାରଣ ସେ ଉକ୍ତ ପିଲାଟିକୁ ଏପରି ସାର୍ବଜନୀନ ସ୍ଥାନରେ ପରିସ୍ରା କରିବାକୁ ବାରଣ କରିବା ସତ୍ତ୍ବେ ନିଜେ ପିଲାକୁ ଏପରି ଏକ ସାର୍ବଜନୀନ ଓ ବିପଦପୂର୍ଣ୍ଣ ସ୍ଥାନରେ ପରିସ୍ରା କରିବାକୁ ଅନୁମତି ଦେଉଛନ୍ତି। ଏହା ଜଣେ ବାପାଙ୍କ ପିଲାଙ୍କ ପ୍ରତି ଉଚିତ ଶିକ୍ଷା କି ଆଜ୍ଞା? ପିଲାଟି ଏହି ଘଟଣାରୁ ଠିକ ଶିକ୍ଷା ପାଇଲା କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe