ପ୍ରସାଦ ପାଇଁ ସେବାଦାରଙ୍କୁ ମାରିଦେଲେ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁ

ମନ୍ଦିର ଗଲେ ପୂଜା ପରେ ଆପଣଙ୍କୁ ପ୍ରସାଦ ମିଳେ। ଶ୍ରଦ୍ଧାଳୁମାନେ ଏହାକୁ ପାଇବା ପାଇଁ ଅନାଇ ବସିଥାନ୍ତି। ହେଲେ ଭଗବାନଙ୍କ ପ୍ରସାଦ ପାଇଁ କାହାକୁ ହତ୍ୟା କରିଦେବା କେତେ ଦୂର ଠିକ୍।

New Project (11)

ନୂଆଦିଲ୍ଲୀ: ମନ୍ଦିର ଗଲେ ପୂଜା ପରେ ଆପଣଙ୍କୁ ପ୍ରସାଦ ମିଳେ। ଶ୍ରଦ୍ଧାଳୁମାନେ ଏହାକୁ ପାଇବା ପାଇଁ ଅନାଇ ବସିଥାନ୍ତି। ହେଲେ ଭଗବାନଙ୍କ ପ୍ରସାଦ ପାଇଁ କାହାକୁ ହତ୍ୟା କରିଦେବା କେତେ ଦୂର ଠିକ୍। ଦିଲ୍ଲୀର ପ୍ରସିଦ୍ଧ କାଲକାଜୀ ମନ୍ଦିରରେ ଝଗଡ଼ା ପରେ ଜଣେ ସେବାଦାରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଗଷ୍ଟ ୨୯ ତାରିଖ ରାତି ୯:୩୦ ସମୟରେ ପୁଲିସ କାଲକାଜୀ ମନ୍ଦିରରେ ଝଗଡ଼ା ହୋଇଥିବା ସମ୍ପର୍କରେ ସୂଚନା ପାଇଥିଲା। କୁହାଯାଉଛି ଯେ, ଦର୍ଶନ ପରେ ପ୍ରସାଦ ମାଗିବାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। 

ପୀଡିତଙ୍କୁ ବାଡ଼ିରେ ପିଟିବା ସହ ବିଧା ଗୋଇଠା ମରାଯାଇଥିଲା, ଯାହାଦ୍ବାରା ସେ ଗୁରୁତର ଆହତ ହୋଇଥିଲେ। ଝଗଡ଼ା ପରେ, ସେବାଦାରଙ୍କୁ ଚିକିତ୍ସା ପାଇଁ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ଯୋଗେନ୍ଦ୍ର ସିଂହ (୩୫)। ସେ ୟୁପିର ହରଦୋଇର ବାସିନ୍ଦା ଥିଲେ ଏବଂ ଗତ ୧୫ ବର୍ଷ ଧରି ମନ୍ଦିରରେ ସେବାଦାର ଥିଲେ। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଅତୁଲ ପାଣ୍ଡେ (୩୦)ଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ଏହି ଘଟଣାକୁ ନେଇ ଏକ ଏତଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀମାନଙ୍କୁ ଖୋଜା ଚାଲିଛି।

ପୁଲିସ କହିଛି ଯେ, ମନ୍ଦିର ଦର୍ଶନ କରିବାକୁ ଆସିଥିବା ଅଭିଯୁକ୍ତଜଣକ ଉତ୍ତରପ୍ରଦେଶର ହରଦୋଇର ବାସିନ୍ଦା ସେବାଦାର ଯୋଗେନ୍ଦ୍ର ସିଂହଙ୍କୁ 'ଚୁନ୍ନିପ୍ରସାଦ' (ଓଢ଼ଣୀ ଏବଂ ପ୍ରସାଦ) ମାଗିଥିଲା, ଯାହା ପରେ ଝଗଡ଼ା ଆରମ୍ଭ ହୋଇଥିଲା। ପୁଲିସ ଡେପୁଟି କମିଶନର (ଦକ୍ଷିଣ-ପୂର୍ବ) ହେମନ୍ତ ତିୱାରୀ କହିଛନ୍ତି ଯେ, କିଛି ଶ୍ରଦ୍ଧାଳୁ ଅତୁଲଙ୍କ ସହ ମିଶି ଯୋଗେନ୍ଦ୍ରଙ୍କୁ ମାଡ଼ ମାରିବା ପରେ ଝଗଡ଼ା ହିଂସାତ୍ମକ ରୂପ ନେଇଥିଲା। ତାଙ୍କୁ ତୁରନ୍ତ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ କାଲକାଜୀ ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୩(୧) (ହତ୍ୟା) ଏବଂ ୩(୫) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe