ପ୍ରେମ ବଦଳରେ ମିଳିଲା ମୃତ୍ୟୁ, ଗର୍ଭବତୀ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

Advertisment

ବିବାହ କରିବା ପାଇଁ ଅକ୍ଟୋବର ୨୧ରେ ମୃତକ ସୋନି ସବୁ ଜିନିଷ ନେଇ ପ୍ରେମିକ ସଲିମ ନିକଟରେ ପହଞ୍ଚିଥିଲେ । ହେଲେ ବିବାହ କରିବା ପରିବର୍ତ୍ତେ ସଲିମ, ସୋନିଙ୍କୁ ହତ୍ୟା କରିଥିବା ଜଣାଯାଇଛି |

ବିବାହ କରିବା ପାଇଁ ଅକ୍ଟୋବର ୨୧ରେ ମୃତକ ସୋନି ସବୁ ଜିନିଷ ନେଇ ପ୍ରେମିକ ସଲିମ ନିକଟରେ ପହଞ୍ଚିଥିଲେ । ହେଲେ ବିବାହ କରିବା ପରିବର୍ତ୍ତେ ସଲିମ, ସୋନିଙ୍କୁ ହତ୍ୟା କରିଥିବା ଜଣାଯାଇଛି |

00

ନୂଆଦିଲ୍ଲୀ: ବିବାହ କରିବା ପାଇଁ ଘର ଛାଡି ପ୍ରେମିକ ପାଖକୁ ଆସିଲା ଗର୍ଭବତୀ ଯୁବତୀ | ମଥାରେ ସିନ୍ଦୁର ଦେବା ପରିବର୍ତ୍ତେ ମୃତ୍ୟୁ ଦେଲା ପ୍ରେମିକ | ଅକ୍ଟୋବର ୨୧ରେ ଦିଲ୍ଲୀର ନାଙ୍ଗଲୋଇର ବାସିନ୍ଦାଙ୍କ ସହ ଏଭଳି ଘଟିଥିବା ସାମ୍ନାକୁ ଆସିଛି। ସଲିମ ଓରଫ ସଞ୍ଜୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ୧୯ବର୍ଷିୟ ସୋନି କୁମାରୀଙ୍କୁ ହତ୍ୟା କରିଥିବା ଜଣାଯାଇଛି। ସଲିମ, ସୋନିଙ୍କୁ ରୋହତକରେ ହତ୍ୟା କରି ପୋତି ଥିଲା ବୋଲି ଜଣାପଡିଛି। 

ସୂଚନା ମୁତାବକ, ମୃତକ ସୋନି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ସୋସିଆଲ ମିଡିଆରେ ତାଙ୍କର ୬ହଜାରରୁ ଅଧିକ ଫଲୋୟର୍ସ ଥିବା ସହ ସେ ନିଜ ଇନଷ୍ଟାଗ୍ରାମରେ ସଞ୍ଜୁଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଥିଲେ | ପରିବାର ଲୋକେ ସଞ୍ଜୁଙ୍କ ବିଷୟରେ ପଚାରୁଥିଲେ ବି ସାଙ୍ଗ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଦେଉଥିଲେ ସୋନି | କିଛିଦିନ ଏଭଳି ବିତିବା ପରେ ଗର୍ଭବତୀ ଥିବା ଜାଣି ସୋନି, ସଞ୍ଜୁଙ୍କ ଉପରେ ବିବାହ କରିବାକୁ ଚାପ ପକାଇଥିଲେ | ହେଲେ ବିବାହ କରିବାକୁ ରାଜି ହେଉନଥିଲେ ସଞ୍ଜୁ | ଅକ୍ଟୋବର ୨୧ରେ ଘରୁ ସବୁ ଜିନିଷ ନେଇ ସୋନି, ସଞ୍ଜୁଙ୍କ ପାଖରେ ପହଞ୍ଚି ତାଙ୍କ ଉପରେ ବିବାହର ଚାପ ପକାଇଥିଲେ |

ବିବାହ କରିବାର ଇଚ୍ଛା ନଥିବାରୁ ସଞ୍ଜୁ, ସୋନିଙ୍କୁ ରୋହତକ ନେଇ ନିଜର ୨ସାଙ୍ଗଙ୍କ ସାହାଯ୍ୟରେ ତାଙ୍କୁ ହତ୍ୟା କରି ପୋତି ଦେଇଥିଲେ | ଏନେଇ ଏତଲା ଦିଆଯିବା  ପରେ ସଲିମ ଓ ତା'ର ଜଣେ ସାଙ୍ଗକୁ ଗିରଫ କରିଛି ପୁଲିସ | ଅନ୍ୟ ଜଣେ ଫେରାର ଥିବା  ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe