ଶାହଦରା ଦୁଷ୍କର୍ମ ମାମଲାରେ ୯ ମହିଳାଙ୍କ ସମେତ ୧୧ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Image Courtesy of Zee News

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା କୁହାଯାଉଥିବା ମାମଲାରେ ୯ଜଣ ମହିଳାଙ୍କ ସମେତ ୧୧ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ମାମଲାରେ ଆଜି ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଦିନ ଆଉ ୭ଜଣଙ୍କୁ ଗିରଫ କରିଥିଲା।

ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ପୀଡ଼ିତାଙ୍କ ପ୍ରତି ଯୌନ ଉତ୍ପୀଡ଼ନ କରାଯାଇଥିବା କଥା ପୁଲିସ କହିଛି। ସାଧାରଣତନ୍ତ୍ର ଦିବସରେ ଘଟଣାଟି ଶାହଦରା ଜିଲ୍ଲାର କସ୍ତୁରବା ନଗର ଘଟିଥିଲା। ଅପହରଣ କରାଯାଇ ଉକ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଲଣ୍ଡା କରି ତାଙ୍କ ମୁହଁରେ କଳା ବୋଳି ଏବଂ ବେକରେ ‌ଜୋତାମାଳ ପକାଇ ରାସ୍ତାରେ ଚଲା ଯାଇଥିଲା।

ପୁଲିସ ଅଧିକାରୀମାନେ କହିଛନ୍ତି କି, ‘ଏଫ୍‌ଆଇଆର୍‌’ରେ ଥିବା ୧୧ଜଣଙ୍କ ମଧ୍ୟରୁ ୯ଜଣ ହେଉଛନ୍ତି ମହିଳା। ‘ସିସିଟିଭି ଫୁଟେଜ୍‌’ଏବଂ ‘ମୋବାଇଲ୍‌ ଭିଡିଓ କ୍ଲିପ୍‌’ରୁ ପୁଲିସ ୧୦/୧୫ଜଣଙ୍କୁ ଚିହ୍ନଟ କରିଛି। ଖୁବ୍‌ ଶୀଘ୍ର ବାକି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି। ସେଥିପାଇଁ ୫ଟି ପୁଲିସ ଟିମ୍‌ ତଲାସ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe