ନୂଆଦିଲ୍ଲୀ: ପ୍ରେମକୁ ସଂରକ୍ଷଣ ଦେବା ସହିତ ଆଇନ ଅନୁଯାୟୀ ପରିପକ୍ୱ ପ୍ରେମୀ ଯୁଗଳଙ୍କୁ ଏକ କରିବା ଲକ୍ଷ୍ୟରେ ବେଆଇନ୍ ଭାବେ ଚାଲୁଥିବା ଲଭ କମାଣ୍ଡୋ ନାମରେ ଏକ ସଂସ୍ଥା ଅଛି। ଏହି ସଂସ୍ଥାର ମାଲିକ ଲଞ୍ଚ ମାଗିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସ ଲଭ କମାଣ୍ଡୋ ସଂସ୍ଥାର ମାଲିକ ସଞ୍ଜୟ ସଚ୍ଚଦେବଙ୍କୁ ପ୍ରେମୀଯୁଗଳଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରିଛି।
/sambad/media/post_attachments/wp-content/uploads/2019/01/download-3-49.jpg)
ଏହା ପୂର୍ବରୁ ଜଣେ ମହିଳା ସଚ୍ଚଦେବଙ୍କ ବିରୋଧରେ ଟଙ୍କା ମାଗିବା ଅଭିଯୋଗ ଦିଲ୍ଲୀ ମହିଳା କମିସନ୍ଙ୍କ ନିକଟରେ କରିଥିଲେ। ଅଭିଯୋଗ ମିଳିବା ପରେ ମହିଳା ଆୟୋଗ ପହାଡଗଞ୍ଜ ଥାନା ସହିତ ସମ୍ପର୍କ କରିଥିଲେ ଓ ଏକ ମାମଲା ରୁଜୁ କରିଥିଲେ। ପୁଲିସ ମହିଳା, ତାଙ୍କର ମିତ୍ର ସହିତ ଅନ୍ୟ ତିନିଟି ଯୋଡ଼ିଙ୍କ ବୟାନ ରୁଜୁ କରିଥିଲା, ଯେଉଁମାନେ କି ଏହି ସଙ୍ଗଠନ ସହିତ ରହୁଥିଲେ। ଏକ ପ୍ରେମୀଯୁଗଳ ଅଭିଯୋଗ କରିଥିଲେ କି ସଚ୍ଚଦେବ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଟଙ୍କା ମାଗିବା ସହିତ ସେମାନଙ୍କ ସହିତ ର୍ଦୁବ୍ୟବହାର ମଧ୍ୟ କରିଥିଲେ।
/sambad/media/post_attachments/wp-content/uploads/2019/01/images-77.jpg)
ଉଲ୍ଲେଖଯୋଗ୍ୟ, ଲଭ୍ ଜିହାଦ୍ର ଜବାବ ଦେବା ପାଇଁ ଲଭ୍ କମାଣ୍ଡୋ ପ୍ରସ୍ତୁତ କରାଯାଇଥିଲା। ଏହି ସଂସ୍ଥାକୁ ଲଭ୍ କମାଣ୍ଡୋ ନାମ ଦିଆଯାଇଥିଲା। ଦେଶରେ ଅନର କିଲିଂ ଯେପରି ନହେଉ ତାହା ହିଁ ଏହି ସଂସ୍ଥାର ଉଦ୍ଦେଶ୍ୟ। ଲଭ୍ କମାଣ୍ଡୋ ଧର୍ମ ଓ ସମ୍ପ୍ରଦାୟରୁ ଉପରକୁ ଉଠି କେବଳ ପ୍ରେମକୁ ସଂରକ୍ଷଣ ଦେଇଥାଏ। କୁହାଯାଉଛି କି ଏହି ସଂସ୍ଥା ଏଯାବତ୍ ତିରିଶ ହଜାର ପ୍ରେମୀଯୁଗଳଙ୍କୁ ଏକାଠି ଆଣିବାର କାମ କରିଛି। ଘର-ପରିବାରଠାରୁ ଡରି ଚାଲି ଆସିଥିବା ପ୍ରେମୀଯୁଗଳଙ୍କୁ ଏହି ସଂସ୍ଥା ଆଶ୍ରୟ ଦେଇଥାଏ। ଏହି ସଂସ୍ଥା ପାଖରେ ୭ଟି ଆଶ୍ରୟ ଘର ରହିଛି। ଯାହାକି ଦିଲ୍ଲୀ ଏନ୍ସିଆରରେ ଅବସ୍ଥିତ।
Follow Us