ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସ କନଷ୍ଟେବଳ, କାରଣ ଖୋଜୁଛି ପୁଲିସ

Advertisment
ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସ କନଷ୍ଟେବଳ, କାରଣ ଖୋଜୁଛି ପୁଲିସ

Dynamite News

ନୂଆଦିଲ୍ଲୀ: ଡ୍ୟୁଟିରେ ଥିବା ସମୟରେ ଜଣେ ପୁଲିସ କନଷ୍ଟେବଳ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଶନିବାର ଧୌଲା କୁଆଁ ପାଖରେ ଥିବା ସୁବ୍ରୋତୋ ପାର୍କ ପୁଲିସ ପୋଷ୍ଟରେ କାର୍ଯ୍ୟରତ ଥିଲେ କନଷ୍ଟେବଳ। ହଠାତ୍ ଫୋନରେ କାହା ସହ ଝଗଡ଼ା କରିବା ପରେ ସେ ତୁରନ୍ତ ନିଜକୁ ଗୁଳି କରି ହତ୍ୟା କରିଥିବା ନେଇ ସୂଚନା ଦେଇଛି ପୁଲିସ।

ବରିଷ୍ଠ ପୁଲିସ ଅଧିକାରୀ ଦେବେନ୍ଦ୍ର ଆର୍ଯ୍ୟାଙ୍କ କହିବା ମୁତାବକ, ପୀଡ଼ିତ ନିଜର ‌ପାରିବାରିକ କଳହ ପାଇଁ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି।  କାରଣ କିଛି ଦିନ ହେବ ସେ ନିଜ ପରିବାରର ସମସ୍ୟାକୁ ନେଇ ଚିନ୍ତିତ ଥିଲେ। ଆତ୍ମହତ୍ୟା ପରେ ମୃତଦେହ ପାଖରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିବାରୁ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଏବେ କାରଣ ଖୋଜିବା ପାଇଁ ତଦନ୍ତ ଚଳାଇଛି।

Related image kmsnews.org

ମିଳିଥିବା ସୂଚନା ମୁତାବକ, ପୀଡ଼ିତଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ କନେଷ୍ଟବଳ। ହେଲେ ତାଙ୍କୁ ଅନ୍ୟ ସହରରେ ମୁତୟନ କରାଯାଇଛି। ତେବେ ଆତ୍ମହତ୍ୟା ପୂର୍ବରୁ ପୀଡ଼ିତ ଫୋନରେ କାହା ସହ ଝଗଡ଼ା କରିବା ପରେ ଫୋନ କାଟି ଧୂମପାନ କରିବା ସହ କାହାକୁ କିଛି ନ କହି ସେ ନିଜକୁ ଗୁଳି କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe